ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଲୋକ କଳା ପାଇଁ ଦିନଟିଏ
ଚମ୍ପୁଆ, ୧୦ ଏପ୍ରିଲ୍(ହି.ସ.) – ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଚମ୍ପୁଆ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଓଡ଼ିଆ ପକ୍ଷର ୧୦ମ ଦିନରେ ଲୋକ କଳା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକଙ୍କ ଚମ୍ପୁଆ
ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଲୋକ କଳା ପାଇଁ ଦିନଟିଏ


ଚମ୍ପୁଆ, ୧୦ ଏପ୍ରିଲ୍(ହି.ସ.) – ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଚମ୍ପୁଆ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଓଡ଼ିଆ ପକ୍ଷର ୧୦ମ ଦିନରେ ଲୋକ କଳା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ଚମ୍ପୁଆ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚୁନୁ ହାଁସଦା ପ୍ରମୁଖ ଯୋଗଦେଇ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମେ ପାଂଚପୋଖରୀଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବାବେଳେ ପାଲା ଗାୟିକା ସୁଶ୍ରୀ ବୀଣାପାଣି ମହାରଣା ଓ ତାଙ୍କ ସାଥୀ କଳାକାରଙ୍କ ଦ୍ୱାରା ଭାଷା, ସଂସ୍କୃତି ଉପରେ ସଚେତନତା ମୂଳକ ପାଲା ପରିବେଷଣ କରା଼ଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ର, ଛାତ୍ରୀଙ୍କ ସହିତ ବରିଷ୍ଠ ପାଲା ଗାୟକ ଉପେନ୍ଦ୍ର ନାଥ ନାୟକ, ସୁରଥ ଗିରି ଏବଂ କଳାକାର ବୁଲୁ ଆରୁଖ, ବାଜି ରାଉତ ବାରିକ, ବିଭୁତି ମହାରଣା, ପୂଜାରାଣୀ ଲୋହାରଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ମାନିତ କରି ସମର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରାବଣୀ ଜେନା ସଂଯୋଜନା କରି ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ, କଳାକାର, ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande