
ଭୁବନେଶ୍ୱର,10 ଏପ୍ରିଲ (ହି.ସ.) ରାୟଗଡ଼ାଜିଲ୍ଲାରସିଜିମାଳି ଅଞ୍ଚଳରେ ଆଦିବାସୀଲୋକଙ୍କଉପରେଚାଲିଥିବାପୋଲିସ୍ ଦମନ, ନିଷେଧାଦେଶ ଜାରି ଓ ଗଣତାନ୍ତ୍ରିକ ଅଧିକାରଉଲ୍ଲଂଘନ ନେଇ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ୧୦ ଏପ୍ରିଲରେଚାରିଟିବାମପନ୍ଥୀ ଦଳରମିଳିତନେତୃତ୍ୱସିଜିମାଳି ଅଞ୍ଚଳକୁ ଗସ୍ତ କରିଛନ୍ତି ।
ସି.ପି.ଆଇ.ପକ୍ଷରୁରାଜ୍ୟସଂପାଦକ ଡ଼ଃ ପ୍ରଶାନ୍ତ ମିଶ୍ର, ସି.ପି.ଆଇ.(ଏମ୍) ପକ୍ଷରୁରାଜ୍ୟସଂପାଦକ ଶ୍ରୀସୁରେଶଚନ୍ଦ୍ର ପାଣିଗ୍ରାହୀ, ସି.ପି.ଆଇ.(ଏମ୍-ଏଲ୍)- ଲିବେରେସନ ପକ୍ଷରୁରାଜ୍ୟସଂପାଦକ ଯୁଧିଷ୍ଠିରମହାପାତ୍ରଏବଂ ଅଲ୍ଇଣ୍ଡିଆ ଫରୱାର୍ଡ଼ବ୍ଲକ ପକ୍ଷରୁରାଜ୍ୟସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କସମେତସି.ପି.ଆଇ.ରରାଜ୍ୟସହସଂପାଦକ ଜୟନ୍ତ ଦାସ, ରାଜ୍ୟସଂପାଦକମଣ୍ଡଳୀ ସଦସ୍ୟ ଦାମୋଦର ବେହେରା, ସି.ପି.ଆଇ.(ଏମ୍) ରାଜ୍ୟସଂପାଦକମଣ୍ଡଳୀ ସଦସ୍ୟ ବଦ୍ରି ନାରାୟଣ ଦାଶ, ଆଦିବାସୀନେତା ଚାମ୍ବୁରୁସୋରେନ, ସି.ପି.ଆଇ.(ଏମ୍-ଏଲ୍)-ଲିବେରେସନ ରାଜ୍ୟନେତାତିରୁପତିଗମାଙ୍ଗ, ମହେନ୍ଦ୍ର ପରିଡ଼ା ଓ ଶ୍ରୀ ଅଶୋକ ପ୍ରଧାନ ପ୍ରମୁଖରାଜ୍ୟନେତୃବୃନ୍ଦ ଏହିମିଳିତ ପ୍ରତିନିଧି ଦଳରେସାମିଲ ଅଛନ୍ତି ।ଏହି ଗସ୍ତ ସମୟରେବାମପନ୍ଥୀ ଦଳମାନଙ୍କରନେତୃବୃନ୍ଦ ସ୍ଥାନୀୟସୁଙ୍ଗେରଗ୍ରାମ ପଞ୍ଚାୟତର କଣ୍ଟାମାଳଗ୍ରାମରେ ଆଦିବାସୀଲୋକମାନଙ୍କସହସାକ୍ଷାତକରିଛନ୍ତି, ପୀଡ଼ିତ ପରିବାରମାନଙ୍କ ଅଭିଯୋଗଶୁଣିଛନ୍ତି ଓ ଘଟଣାବଳୀର ପ୍ରକୃତସତ୍ୟାସତ୍ୟ ଅନୁସନ୍ଧାନ କରିଫେରିଛନ୍ତି ।
ପ୍ରତିନିଧି ଦଳ ସୁଙ୍ଗେରଗ୍ରାମ ପଞ୍ଚାୟତର କଣ୍ଟାମାଳଗ୍ରାମକୁ ଯାଇସ୍ଥାନୀୟ ଆଦିବାସୀଲୋକମାନଙ୍କସହବିସ୍ତୃତ ଆଲୋଚନାକରିଥିଲେଏବଂ ପୀଡ଼ିତ ପରିବାରମାନଙ୍କ ଅଭିଯୋଗସବୁଶୁଣିଥିଲେ । ପ୍ରତିନିଧି ଦଳ ଘଟଣାବଳୀର ପ୍ରକୃତସତ୍ୟବସ୍ଥା ଅନୁସନ୍ଧାନ କରିଗଭୀର ଉଦ୍ବେଗ ପ୍ରକାଶକରିବାସହିତଚିନ୍ତାବ୍ୟକ୍ତକରିଛି ।
ପ୍ରତିନିଧି ଦଳଙ୍କୁମିଳିଥିବା ତଥ୍ୟ ଅନୁଯାୟୀ ୭ ଏପ୍ରିଲ ୨୦୨୬ର ପ୍ରଭାତ ପ୍ରାୟଭୋର ୩ଟା ସମୟରେପୋଲିସ୍ ଦଳ କଣ୍ଟାମାଳଗ୍ରାମକୁଘେରାଉକରିଥିଲା, ଗ୍ରାମରବିଦ୍ୟୁତ୍ଯୋଗାଣ ବନ୍ଦ କରାଯାଇଥିଲାଏବଂଘରକୁ ପ୍ରବେଶକରିଲୁହବୁହାବାଷ୍ପ ଗ୍ୟାସ୍ ପ୍ରୟୋଗ ଓ ବ୍ଲାଙ୍କ ଫାୟାରିଂକରାଯାଇଥିଲାବୋଲିଗୁରୁତର ଅଭିଯୋଗମିଳିଛି ।ଏହିକାର୍ଯ୍ୟକଳାପ ସମୟରେ ପୁରୁଷ ଓ ମହିଳାମାନଙ୍କୁମାଡ଼ମରାଯାଇଥିଲା ।ଲୁହବୁହାବାଷ୍ପଗ୍ୟାସ୍ ପ୍ରଭାବରେଗୃହପାଳିତ ପଶୁରମୃତ୍ୟୁଘଟିଥିବା ଅଭିଯୋଗ ମଧ୍ୟ ଆସିଛି ।ଏହିଘଟଣାସ୍ଥାନୀୟବାସିନ୍ଦାଏବଂ ଆଦିବାସୀଲୋକମାନଙ୍କମଧ୍ୟରେଭୟ, ଆତଙ୍କ ଓ ଅସୁରକ୍ଷାର ପରିବେଶସୃଷ୍ଟିକରିଛିଏବଂମୌଳିକ ଅଧିକାରଉଲ୍ଲଂଘନ ନେଇଗୁରୁତର ପ୍ରଶ୍ନଉଠୁଛି ।
ପ୍ରତିନିଧି ଦଳ ଜାଣିବାକୁ ପାଇଛି ଯେ ସୁଙ୍ଗେରଗ୍ରାମ ପଞ୍ଚାୟତରେଖଣିସମ୍ପର୍କିତରାସ୍ତା ନିର୍ମାଣକୁକେନ୍ଦ୍ରକରିଭାରତୀୟ ନ୍ୟାୟସଂହିତାର ଧାରା ୧୬୩ ଅନୁସାରେ ନିଷେଧାଦେଶ ଜାରିକରାଯାଇଛିଏବଂରାସ୍ତା ନିକଟରେ ୪ଜଣ ଠାରୁ ଅଧିକଲୋକଏକତ୍ରହେବାକୁ ନିଷେଧ କରାଯାଇଛି ।ଏହି ପ୍ରକାର ନିଷେଧାଦେଶ ଆଦିବାସୀସମାଜରସାମୂହିକଜୀବନ ଓ ଦୈନନ୍ଦିନ ଜୀବିକାକୁଗୁରୁତରଭାବରେବାଧା ପହଞ୍ଚାଉଛି ।
ଚାରିଟିବାମ ଦଳ ମତ ପ୍ରକାଶକରିଛନ୍ତି ଯେ ଗ୍ରାମସଭାର ସମ୍ମତି ବିନାସମ୍ବିଧାନର ପଞ୍ଚମ ସୂଚୀ ଅଞ୍ଚଳରେଖଣି ଓ ରାସ୍ତା ପ୍ରକଳ୍ପ ଆରମ୍ଭ କରାଯିବାପେସା ଆଇନ - ୧୯୯୬ ଓ ଜଙ୍ଗଲ ଅଧିକାର ଆଇନ - ୨୦୦୬ର ସ୍ପଷ୍ଟ ଉଲ୍ଲଂଘନ ଅଟେ ।ଏହିକାର୍ଯ୍ୟକଳାପ ଆଦିବାସୀଙ୍କଜମି, ଜଙ୍ଗଲ, ପାରମ୍ପରିକଜୀବିକାଏବଂସଂସ୍କୃତିକୁଗୁରୁତରସଙ୍କଟରେ ପକାଇ ଦେଇଛିଏବଂବିସ୍ଥାପନର ଆତଙ୍କସୃଷ୍ଟିକରୁଛି ।
ଏହି ପରିସ୍ଥିତିକୁ ଦୃଷ୍ଟିରେରଖିଚାରିଟିବାମପନ୍ଥୀ ଦଳ ଜିଲ୍ଲା ପ୍ରଶାସନ ନିକଟରେତୁରନ୍ତ ନିଷେଧାଦେଶ ପ୍ରତ୍ୟାହାରକରିବା, ଜାଲିଆତିଗ୍ରାମସଭାରଦ୍ଦକର, ପ୍ରକୃତଗ୍ରାମସଭାସଂଗଠିତକରିବା, ସମ୍ମତି ବିନାଖଣି ଓ ରାସ୍ତାକାମ ବନ୍ଦ କରିବା, ଅତିରିକ୍ତପୋଲିସ୍ବଳହଟାଇଶାନ୍ତିପୂର୍ଣ୍ଣ ପରିବେଶସୃଷ୍ଟିକରିବା, କଣ୍ଟାମାଳଘଟଣାର ନିରପେକ୍ଷଏବଂଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତମାନଙ୍କବିରୋଧରେକାର୍ଯ୍ୟାନୁଷ୍ଠାନ କରିବା, ମିଥ୍ୟାମାମଲାରେଗିରଫ କରାଯାଇଥିବାସମସ୍ତନେତାଙ୍କୁ ନିଃସର୍ତ୍ତମୁକ୍ତି ଦିଆଯାଉଏବଂ “ପେସା” ଓ ଜଙ୍ଗଲ ଆଇନ କଡ଼ାକଡ଼ିଭାବରେଲାଗୁକରିବାକୁ ଦୃଢଭାବେ ଦାବିକରିଛନ୍ତି ।ଏହିସମସ୍ତ ଦାବିକୁ ଆଧାରକରି ଏକ ସ୍ମାରକପତ୍ରରାୟଗଡ଼ାଜିଲ୍ଲାପାଳଙ୍କୁ ଦିଆଯିବଏବଂଭୁବନେଶ୍ୱରଫେରିଓଡ଼ିଶାରମାନନୀୟରାଜ୍ୟପାଳଙ୍କୁସାକ୍ଷାତକରିସ୍ମାରକପତ୍ର ପ୍ରଦାନ କରାଯିବବୋଲିବାମପନ୍ଥୀ ଦଳରନେତାମାନେ ରାୟଗଡ଼ାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଚାରିଟିବାମପନ୍ଥୀ ଦଳ ସ୍ପଷ୍ଟ କହିଛନ୍ତି ଯେ ଆଦିବାସୀଙ୍କଜମି, ଜଙ୍ଗଲ, ଜୀବିକା ଓ ଗଣତାନ୍ତ୍ରିକ ଅଧିକାରରସୁରକ୍ଷା ପାଇଁସଂଗ୍ରାମ ଆଗାମୀ ଦିନରେ ଆହୁରିତୀବ୍ରକରାଯିବ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ