ଶିଶୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଭିମୁଖୀକରଣ କାର୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା, ୧୦ ଏପ୍ରିଲ୍(ହି.ସ.) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଖୋର୍ଦ୍ଧା ପକ୍ଷରୁ ନୂତନ ଭାବରେ ଯୋଗ ଦେଇଥିବା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ଓ ଶିଶୁ ଯତ୍ନ ଅନୁଷ୍ଠାନ(ସିସିଆଇ)ର କର୍ମକର୍ତାମାନଙ୍କ ପାଇଁ ଶିଶୁ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ଏକ ଅଭିମୁଖୀକରଣ କାର୍ୟକ୍ରମ ଶୁକ୍ରବାର ଜିଲ୍ଲ
Cp


ଖୋର୍ଦ୍ଧା, ୧୦ ଏପ୍ରିଲ୍(ହି.ସ.) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଖୋର୍ଦ୍ଧା ପକ୍ଷରୁ ନୂତନ ଭାବରେ ଯୋଗ ଦେଇଥିବା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ଓ ଶିଶୁ ଯତ୍ନ ଅନୁଷ୍ଠାନ(ସିସିଆଇ)ର କର୍ମକର୍ତାମାନଙ୍କ ପାଇଁ ଶିଶୁ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ଏକ ଅଭିମୁଖୀକରଣ କାର୍ୟକ୍ରମ ଶୁକ୍ରବାର ଜିଲ୍ଲା ସଦ୍ଭାବନା ଗୃହରେ ଆୟୋଜିତ ହୋଇଥିଲା ଓ ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ଅକାର ସୁରକ୍ଷା, ଜୁଭେନାଇଲ ଜଷ୍ଟିସ(ଜେଜେ) ଆଇନ, ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଅବହେଳା ନିବାରଣ, ଏବଂ ସଠିକ୍ ପୁନର୍ବାସନ ପ୍ରକ୍ରିୟା ବିଷୟରେ ବିସ୍ତୃତ ଅଲୋଚନା କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା କହିଥିଲେ ଯେ, ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷିତ ପରିବେଶ ଦେବା ଆମ ସମସ୍ତଙ୍କ ଦାୟିତ୍ୱ ସିଡବ୍ଲ୍ୟୁସି ଓ ସିସିଆଇ କର୍ମକର୍ତାମାନେ ଶିଶୁ ସୁରକ୍ଷା ବ୍ୟବସ୍ଥାର ମୂଳ ସ୍ତମ୍ଭ ଭାବେ କର୍ଯ୍ୟ କରନ୍ତି ଓ ଏହି ଅଭିମୁଖୀକରଣରେ କେସ୍ ମ୍ୟାନେଜମେଂଟ, ଶିଶୁଙ୍କ ସହ ମାନବିକ ବ୍ୟବହାର, ଏବଂ ବିଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା ଓ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି, ଖୋର୍ଦ୍ଧା ଏବଂ ଅତିରିକ୍ତ ଶିଶୁ ମଙ୍ଗଳ କମିଟି, ଖୋର୍ଦ୍ଧା ଭୁବନେଶ୍ୱରର ଅଧ୍ୟକ୍ଷା ଯଥାକ୍ରମେ କାନ୍ତା ମହାନ୍ତି ଏବଂ ମମତା ସାହୁ ଏବଂ ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହିତ ସମସ୍ତ ସିସିଆଇ ପ୍ରତିନିଧି ଏବଂ ଶିଶୁ ସୁରକ୍ଷା କ୍ଷେତ୍ରର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ଓ ସମସ୍ତେ ଏହି ପ୍ରଶିକ୍ଷଣକୁ ଉପକାରୀ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ପରାମର୍ଶଦାତ୍ରି ମନସ୍ୱିନୀ ମହାପାତ୍ର, ସାମଜିକ କର୍ମୀ ରଂଜନ କୁମାର ଗୋଛାୟତ, ରିତାଞ୍ଜଳୀ ମହାନ୍ତି, ଅର୍ଜନା ରାୟ, ଅଶୋକ କୁମାର ସେଠୀ ଏବଂ ସୁକାନ୍ତ କୁମାର ପୃଷ୍ଟି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande