ଅସହାୟ ବୃଦ୍ଧ ଦମ୍ପତିଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ, ମିଳିଲା ପକ୍କାଘର
ସୁବର୍ଣ୍ଣପୁର, ୧୦ ଏପ୍ରିଲ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପଲସାପାଲି ଗ୍ରାମରେ ବସବାସ କରୁଥିବା ଅସହାୟ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ଘର । ଆଜି ଜିଲ୍ଲାପାଳ ଡ. ନୃପରାଜ ସାହୁ ବୃଦ୍ଧ ଦମ୍ପତିଙ୍କୁ ଭେଟି କାର୍ଯ୍ୟାଦେଶ ପ୍ରଦାନ ସହ ଆବାସ ଗୃହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।
ଅସହାୟ ବୃଦ୍ଧ ଦମ୍ପତିଙ୍କ ଦୁଃଖ ବୁଝିଲେ ଜିଲ୍ଲପାଳ : ମିଳିଲା ପକ୍କାଘର

ସୁବର୍ଣ୍ଣପୁର, ୧୦ ଏପ୍ରିଲ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପଲସାପାଲି ଗ୍ରାମରେ ବସବାସ କରୁଥିବା ଅସହାୟ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ଘର । ଆଜି ଜିଲ୍ଲାପାଳ ଡ. ନୃପରାଜ ସାହୁ ବୃଦ୍ଧ ଦମ୍ପତିଙ୍କୁ ଭେଟି କାର୍ଯ୍ୟାଦେଶ ପ୍ରଦାନ ସହ ଆବାସ ଗୃହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ସୂଚନା ଅନୁସାରେ, ଦୀର୍ଘଦିନ ହେବ ବୃଦ୍ଧ ଦମ୍ପତି ରାଜେନ୍ଦ୍ର ପଧାନ ଓ ତାଙ୍କ ପତ୍ନୀ ଏବଂ ତାଙ୍କର ଏକ ମାନସିକ ବିକାର ଗ୍ରସ୍ତ ପୁଅକୁ ନେଇ ପଲିଥିନ୍ ତଳେ ଅସହାୟ ଅବସ୍ଥାରେ ଜୀବନଯାପନ କରୁଥିଲେ । ଖବର ପାଇ କିଛିଦିନ ପୂର୍ବରୁ ଜିଲ୍ଲାପାଳ ଅସହାୟ ଦମ୍ପତିଙ୍କ ଘରକୁ ଯାଇ ଦମ୍ପତିଙ୍କ ସୁଖଦୁଃଖ ବୁଝିବା ସହ ଯଥାଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ଜିଲ୍ଲପାଳ ଡ. ନୃପରାଜ ସାହୁ ପଲସାପାଲି ଗ୍ରାମକୁ ଯାଇ ବୃଦ୍ଧ ଦମ୍ପତିଙ୍କୁ ଭେଟି କାର୍ଯ୍ୟାଦେଶ ପ୍ରଦାନ ସହ ଆବାସ ଗୃହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ହସ ଫୁଟିଛି । ଜିଲ୍ଲାପାଳ ଡ. ସାହୁ ମାନସିକ ବିକାର ଗ୍ରସ୍ତ ପୁଅକୁ ଭେଟି ତା ସହିତ ଦୁଃଖସୁଖ ହେଉଥିବା ଦେଖିବାକୁ ମିଳିଥିଲା ।

ତାଙ୍କ ଗସ୍ତ ସମୟରେ ବିନିକା ବିଡିଓ ଶରତ ବାଘ, ସହକାରୀ ଯନ୍ତ୍ରୀ ବିଜୟ ପୂର୍ତ୍ତିଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande