ହନୁମାନ ଜୟନ୍ତୀ ବାଇକ୍ ରାଲି ପାଇଁ ସମ୍ବଲପୁର ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା
ହନୁମାନ ଜୟନ୍ତୀ ବାଇକ୍ ରାଲି ପାଇଁ ସମ୍ବଲପୁର ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା
ହନୁମାନ ଜୟନ୍ତୀ ବାଇକ୍ ରାଲି ପାଇଁ ସମ୍ବଲପୁର ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା


ହନୁମାନ ଜୟନ୍ତୀ ବାଇକ୍ ରାଲି ପାଇଁ ସମ୍ବଲପୁର ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା


ସମ୍ବଲପୁର, ୧୦, ଏପ୍ରିଲ୍ (ହି.ସ.).

ଆଜି ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ବାଇକ୍ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ କହିଛନ୍ତି ଯେ, ରାଲି ପାଇଁ ସ୍ୱତନ୍ତ୍ର ରୁଟ୍ ମ୍ୟାପ୍ ପ୍ରସ୍ତୁତ କରାଯିବା ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ମୋଟ ୨୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫୮ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିମଧ୍ୟରେ ସିଆରପିଏଫ୍ର ଦୁଇଟି କମ୍ପାନୀ ଏବଂ ବିଏସଏଫ୍ର ଗୋଟିଏ କମ୍ପାନୀ ସାମିଲ ଅଛନ୍ତି। ଏହା ବ୍ୟତୀତ ବରଗଡ଼, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଭଳି ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ଅଧିକାରୀମାନେ ଆସି ଏହି ସୁରକ୍ଷା ବ୍ୟବସ୍ଥାରେ ସହଯୋଗ କରୁଛନ୍ତି। ଡ୍ରୋନ୍ କ୍ୟାମେରା ଏବଂ ଏକ ସ୍ୱତନ୍ତ୍ର ୩୬୦ ଡିଗ୍ରୀ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିବା ଗାଡ଼ି ସାହାଯ୍ୟରେ ସମଗ୍ର ରାଲି ଉପରେ ନଜର ରଖାଯିବ। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ପ୍ରତିଟି ଗତିବିଧିକୁ ଅନୁଧ୍ୟାନ କରାଯିବା ସହ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ସହରରେ ଶାନ୍ତି ଏବଂ ସଦଭାବନା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande