
ଖୋର୍ଦ୍ଧା, ୧୦ ଏପ୍ରିଲ୍(ହି.ସ.) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜନଗଣନାରୁ ଜନକଲ୍ୟାଣ ରଥର ଶୁଭାରମ୍ଭ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଶୁକ୍ରବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ରଥ ଜିଲ୍ଲାରେ ଆଜିଠାରୁ ଆସନ୍ତା ଏକମାସ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ବୁଲି ଜନସାଧାରଣମାନଙ୍କୁ ସଚେତନ କରିବ ଜନଗଣନା ବିଷୟରେ ଏବଂ ସୁଗଣନା କିପରି କରିବେ ସେ ସମ୍ୱନ୍ଧରେ ରଥ ଡ଼ାକବାଜି ଯନ୍ତ୍ର ଓ ଲିଖିତ ଭାବେ ସଚେତନତା କରିବ। ଏହି କାର୍ଯ୍ୟକ୍ରମରେ ଗୃହ ଗଣନା ୧୬ ଅପ୍ରିଲ୍ ୨୦୨୬ ରୁ ୧୫ ମଇ ୨୦୨୬, ଦେଶର ପ୍ରଥମ ଡିଜିଟାଲ ସ୍ୱ ଗଣନାରେ ୧ ଅପ୍ରେଲ ୨୦୨୬ ରୁ ୧୫ ଅପ୍ରେଲ ୨୦୨୬ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଏଚଟିଟିପିଏସ://ସେ.ସେନସସ୍. ଗଭ.ଇନ ରେ ନିଜେ ନିଜର ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ସଠିକ୍ ଏବଂ ନିରପେକ୍ଷ ତଥ୍ୟ ପ୍ରଦାନ କରନ୍ତୁ, ସମୃଦ୍ଧ ରାଜ୍ୟ ତଥା ଦେଶ ଗଠନରେ ସାମିଲ ହୁଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜନଗଣନା ଅଧିକାରୀ ବିଜୟ କୁମାର ସେଠୀ, ଡେପୁଟୀ କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥୀ, ନିବେଦିତା ପରିଡ଼ା, ସାରା ମଲ୍ଲିକ, ରଞ୍ଜନ କୁମାର ଜେନା, ସ୍ୱିଟି ସୋରେନ, ଆର୍ତତ୍ରାଣ ମଲ୍ଲିକ, ଆସିଷ୍ଟାଂଟ କଲେକ୍ଟର ରିଷବ୍ ତ୍ରିପାଠୀ, ଇପ୍ସିତା ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ