
ଜୟପୁର, ୧୦ ଏପ୍ରିଲ୍ (ହି.ସ.)-
କଲାମ ଇଣ୍ଟେରନେସନାଲ ସ୍କୁଲରେ ୧୦ତମ ବାର୍ଷିକ ଉତ୍ସବ ବୋରିଗୁମ୍ମା ଦୋରା କଲ୍ୟାଣ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି।ସ୍କୁଲର କୋ ଫାଉଣ୍ଡର ପୀତବାସ ରାଉତ ସଭାକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ଏବଂ କୋରାପୁଟ ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଢ଼ୀ ଯୋଗ ଦେଇଥିଲେ। ପାଶ୍ଚାତ୍ୟ ଢଙ୍ଗରେ ନ ଦୌଡ଼ି ଭାରତୀୟ ସଂସ୍କୃତିକୁ ନଜରରେ ରଖି ବିଦ୍ୟା ଅର୍ଜ୍ଜନ ଉପରେ ଧ୍ୟାନ ଦେବା ପାଇଁ ବିଧାୟକ ଗୁରୁତ୍ୱ ଆରୋପ କରିଥିଲେ। ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା, ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଉତ୍ସବର ମୂଖ୍ୟବକ୍ତା ସୁମନ୍ତ କୁମାର ସାହୁ(ଶିକ୍ଷାବିତ, ସୁବକ୍ତା ଇଂରାଜୀ ଅଧ୍ୟାପକ)ଚରିତ୍ର ଗଠନରେ ଶିକ୍ଷାର ଭୂମିକା ଓ ମନୁଷ୍ୟ ପାଇଁ ଶିକ୍ଷାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପଦ୍ମଲୋଚନ ରାଉତ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ। ସ୍କୁଲ ପ୍ରିନ୍ସିପାଲ ଶ୍ରୀମତୀ ଜୟଶ୍ରୀ ପରିଡ଼ା ସ୍କୁଲର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଓ ଆସନ୍ତା ବର୍ଷର ଯୋଜନା ଉପରେ ସୂଚନା ଦେଇଥିଲେ। ଶିକ୍ଷୟତ୍ରୀ ମୋନାଲିସା ସାବତ ଏବଂ ମିସ ଦୀପ୍ତିରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହି ବାର୍ଷିକ ଉତ୍ସବରେ ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଅବିଭାବକ ଏବଂ ସାମ୍ବାଦିକ ଏବଂ ଅତିଥି ଉପସ୍ଥିତ ଥିଲେ। ଶେଷରେ ମ୍ୟାଜିକ ସୋ ସାଙ୍ଗକୁ କୁନି କୁନି ଛାତ୍ରଛାତ୍ରୀମାନେ ଉଚ୍ଚକୋଟିର କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି