ଖୁସବୀର ନାୟକ ବେସବଲ ଜାତୀୟ ସ୍କୁଲ କ୍ରୀଡ଼ାର ପ୍ରତିଯୋଗିତା ପାଇଁ ମନୋନୀତ
କେନ୍ଦୁଝର, ୧୦ ଏପ୍ରିଲ୍(ହି.ସ.) – କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଂଚାୟତର ଆଠପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ହଳଧରପୁରର ଦଶମ ଶ୍ରେଣୀର ଛାତ୍ର ଖୁସବୀର ନାୟକ ବେସବଲ ଜାତୀୟ ସ୍କୁଲ କ୍ରୀଡାର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ୧୬ ରୁ ୨୨ ତାରିଖ ପର୍ଯ୍ୟନ୍
ଖୁସବୀର ନାୟକ ବେସବଲ ଜାତୀୟ ସ୍କୁଲ କ୍ରୀଡ଼ାର ପ୍ରତିଯୋଗିତା ପାଇଁ ମନୋନୀତ


କେନ୍ଦୁଝର, ୧୦ ଏପ୍ରିଲ୍(ହି.ସ.) – କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଂଚାୟତର ଆଠପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ହଳଧରପୁରର ଦଶମ ଶ୍ରେଣୀର ଛାତ୍ର ଖୁସବୀର ନାୟକ ବେସବଲ ଜାତୀୟ ସ୍କୁଲ କ୍ରୀଡାର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଆସନ୍ତା ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ୬୯ତମ ଜାତୀୟ ସ୍କୁଲ କ୍ରୀଡା ଅନୁଷ୍ଠିତ ହେବ। ଏହା ପୂର୍ବରୁ ୯ ତାରିଖରେ କଟକ ଜଗତପୁରରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦେବେ ଏବଂ ୧୩ ତାରିଖରେ ଦିଲ୍ଲୀ ପ୍ରସ୍ଥାନ କରିବେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଞ୍ଝାନିଧୂ ସାହୁ, କ୍ରୀଡା ଶିକ୍ଷକ ଶ୍ରୀନିବାସ ମଲ୍ଲିକ ଓ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଖୁସବୀରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧନା ଜଣାଇଥିଲେ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା କାମନା କରିଥିଲେ। ଖୁସବୀର ଜଜପଶି ଗ୍ରାମର ମିତ୍ରଭାନୁ ନାୟକ ଓ ରଞ୍ଜୁରାଣୀ ନାୟକଙ୍କ ପୁତ୍ର ଅଟନ୍ତି। ସେହିପରି, କେନ୍ଦୁଝର ଜିଲ୍ଲାର ବଳରାମଧୂର ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣାବାନ୍ଧଗୋଡାର ଛାତ୍ର ନିତିଶ କୁମାର ପଟ୍ଟନାୟକ ଓ ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଘସିପୁରାର ଛାତ୍ରୀ ରିୟା ସାହୁ ମଧ୍ୟ ଏହି ଜାତୀୟ ବେସବଲ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ଏହି ତିନିଜଣ ଖେଳାଳୀ– ଖୁସବୀର, ନିତିଶ ଓ ରିୟାଙ୍କୁ ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇ ତାଙ୍କ ସଫଳତା ପାଇଁ କାମନା କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande