ଜମି ବେଂଚ ମାର୍କ ରେ ଅହେତୁକ ଦର ବୃଦ୍ଧି ପ୍ରସଙ୍ଗ
ବିଧାୟକ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କଲେ ଜନତା ଚାରିବର୍ଷ ରେ ଜମିର ଦର ବଢିା ଚାରିଗୁୁଣ ସମାଧାନ ପାଇଁ ବସିଲା ପ୍ରଶାସନ, ବିଧାୟକ ଓ ଜମି ଦର ନିୟନ୍ତ୍ରଣ କମିଟିର ବୈଠକ ବଲାଙ୍ଗୀର, ୧୦ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଭଳି ଏକ ଅର୍ଥନୈତିକ ଅନଗ୍ରସର ଜିଲ୍ଲାରେ ବର୍ତମାନ ର ଜିଲ୍ଲା ପ୍ରଶାସନ ଜମି
ଜମି ବେଂଚ ମାର୍କ ରେ ଅହେତୁକ ଦର ବୃଦ୍ଧି ପ୍ରସଙ୍ଗ... ବିଧାୟକ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କଲେ ଜନତା... ଚାରିବର୍ଷ ରେ ଜମିର ଦର ବଢିା ଚାରିଗୁୁଣ ସମାଧାନ ପାଇଁ ବସିଲା ପ୍ରଶାସନ, ବିଧାୟକ ଓ ଜମି ଦର ନିୟନ୍ତ୍ରଣ କମିଟିର ବୈଠକ


ଜମି ବେଂଚ ମାର୍କ ରେ ଅହେତୁକ ଦର ବୃଦ୍ଧି ପ୍ରସଙ୍ଗ... ବିଧାୟକ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କଲେ ଜନତା... ଚାରିବର୍ଷ ରେ ଜମିର ଦର ବଢିା ଚାରିଗୁୁଣ ସମାଧାନ ପାଇଁ ବସିଲା ପ୍ରଶାସନ, ବିଧାୟକ ଓ ଜମି ଦର ନିୟନ୍ତ୍ରଣ କମିଟିର ବୈଠକ


ବିଧାୟକ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କଲେ ଜନତା

ଚାରିବର୍ଷ ରେ ଜମିର ଦର ବଢିା ଚାରିଗୁୁଣ ସମାଧାନ ପାଇଁ ବସିଲା ପ୍ରଶାସନ, ବିଧାୟକ ଓ ଜମି ଦର ନିୟନ୍ତ୍ରଣ କମିଟିର ବୈଠକ

ବଲାଙ୍ଗୀର, ୧୦ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଭଳି ଏକ ଅର୍ଥନୈତିକ ଅନଗ୍ରସର ଜିଲ୍ଲାରେ ବର୍ତମାନ ର ଜିଲ୍ଲା ପ୍ରଶାସନ ଜମି ଦର ନିୟନ୍ତ୍ରଣ କମିଟିରେ କୌଣସି ଆଲୋଚନା ନକରି ଏକତରଫା ଜମିର ବେଂଚ ମାର୍କ ଭେଲ୍ୟୁକୁ ପାଖାପାଖି ଚାରି ବର୍ଷ ରେ ଚାରି ଗୁଣ ବଢେଇ ଦେଇଥିବାରୁ ସାଧାରଣ ଜନତା, ଚାଷୀ ଏବଂ ଜମି ମାଲିଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଆଇନ ଅନୁଯାୟୀ ବେଂଚ ମାକ ଭେଲ୍ୟୁ ନିର୍ଦ୍ଧାରଣ ସମୟରେ ଜିଲ୍ଲା ସ୍ତରୀୟ ଦର ନିୟନ୍ତ୍ରଣ କମିଟି ନିଶ୍ଚିତ ବସିବା କଥା, ଯଦିଓ ବିନା ବୈଠକରେ ବେଂଚ ମାର୍କ ଭେଲ୍ୟୁ ବଢାଗଲା, ଏପରି କି ଜମି ଦର ନିର୍ଦ୍ଧାରଣ ସମୟରେ ଚାଷ ଜମି, ଘର ନିର୍ମାଣ ଉପଯୋଗୀ ଏବଂ ବ୍ୟବସାୟିକ ଜମି ଯାହର କି ଭିନ୍ନ ଭିନ୍ନ ବେଂଚ ମାର୍କ ଭେଲ୍ୟୁ ନିର୍ଦ୍ଧାରଣ ହବା କଥା ସେସବୁ କୁ ମଧ୍ୟ ନଜର ଅନ୍ଦାଜ କରି ସବୁ ଜମି ର ଦରକୁ ଅହେତୁକ ଭାବେ ଚାରି ବର୍ଷ ରେ ଚାରି ଗୁଣ ବୃଦ୍ଧି କରାଯାଇଛି। ତାହାର ଅପର୍ତି ଅଭିଯୋଗ ପାଇଁ ୩୦ ଦିନ ର ନୋଟିସ ପିରିୟଡ ପ୍ରଦାନ କରାଯିବା ଆଇନରେ କିଛି କିନ୍ତୁ ଜିଲ୍ଲା ପ୍ରଶାସନ ଏକତରଫା ଭାବେ କେବଳ ୧୨ ଦିନର ନୋଟିସ ପିରିଆଡ ଦେଇ ମନମାନୀ କରିଛି। ଏପରି କି ଏହି ୧୨ ଦିନର ନୋଟିସ ପିରିଆଡ ଭିିତରେ ଲୋକେ ଅଭିଯୋଗ କରିଥିଲେ ହେଁ ଜିଲ୍ଲା ପ୍ରଶସନ କୌଣସି ଆପତି ଅଭିଯୋଗକୁ ବିଚାରକୁ ନନେଇ ଲୋକଙ୍କ ଆପତି ଅଭିଯୋଗକୁ ସମ୍ପୁର୍ଣ୍ଣ ଅଣଦେଖା କଲା। ଏହାକୁ ନେଇ ଚାଷୀ ସାଧାରଣ ଲୋକ ତଥା ଜମି ମାଲିକମାନଙ୍କ ଏକ ପ୍ରତିନିଧି ଦଳ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପ୍ରଶାସନ କୁ ସମସ୍ୟା ସମ୍ପର୍କରେ ଅବଗତ କରେଇବା ସହ ଏହି ଏକତରଫା ନିଷ୍ପତିର ପୁନଃ ବିଚାର ପାଇଁ ଅଭିଯୋଗ ଦାଖଲ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ସମସ୍ୟା ର ଗୁରୁତ୍ୱ କୁ ନଜର କୁ ନେଇ ଏକ ସମୀକ୍ଷା ବୈଠକର ଆୟୋଜନ କରିଛନ୍ତି, ଏଥିରେ ସ୍ଥାନୀୟ ବିଦାୟକ, ଜିଲ୍ଲା ପ୍ରଶାସନ ଓ ଦର ନିୟନ୍ତ୍ରଣ କମିଟିର ସଦସ୍ୟ ଏବଂ ଅଭିଯୋଗକାରିମାନେ ଉପସ୍ଥିତ ରହି ଏହାର ସମାଧାନ ଦିଗରେ କଣ ପଦକ୍ଷେପ ନିଆଯାଇ ପାରିବ ତାର ଉପରେ ଆଲୋଚନା କରିଥିଲେ, ଆଲୋଚନା ବେଳେ ସ୍ଥାନୀୟ ବିଧାୟକ କାହିଁକି ଦର ବୃଦ୍ଧି ବେଳେ ଜିଲ୍ଲା ସ୍ତରୀୟ ଦର ନିୟନ୍ତ୍ରଣ କମିଟିର ସଦସ୍ୟମାନଙ୍କୁ କାହିଁକି ଅବଗତ କିମ୍ବା ବୈଠକ ଡକାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ବୈଠକରେ ଜିଲ୍ଲା ପ୍ରଶାସନ ତରଫରୁ କିମ୍ବା ରାଜସ୍ୱ ବିଭାଗ ତରଫରୁ ଏହି ସମୀକ୍ଷା ବୈଠକରେ କୌଣସି ପ୍ରକାର ସକାରତ୍ମକ ଫଳ ବାହାରି ନ ଥିବାରୁ ବିଧାୟକ ଶ୍ରୀ ସିଂଦେଓ ଦରକାର ପଡିଲେ ଏହାକୁ ବିଧାନ ସଭାରେ ଆଲୋଚନା କରିବେ ବୋଲି କହିଥିଲେ। ତା ସତ୍ୱେ ଯଦି କିଛି ଫଳ ନ ବାହାରେ ତେବେ ଏପରି ଲୋକ ବିରୋଧି ନିଷ୍ପତି ବିରୁଦ୍ଧ ରେ ଆଇନଗତ ଲଢେଇ ଲଢାଯିବ ବୋଲି ଶ୍ରୀ ସିଂଦେଓ କହିଛନ୍ତି। ଅଭିଯୋଗକାରୀମାନେ ସମସ୍ୟାକୁ ନେଇ କୌଣସି ନେଇ କୌଣସି ତଥ୍ୟ ରେଜିଷ୍ଟ୍ରି ଅଫିସକୁ ମାଗିଲେ ଅଫିସ କୌଣସି ତଥ୍ୟ ପ୍ରଦାନ କରୁ ନଥିବା ଲୋକେ ଅଭିଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଜମି ବେଂଚ ମାର୍କ ଭେଲ୍ୟୁ ଅହେତୁକ ବଢିଥିବା ଯୋଗୁଁ ଅନେକ ଗରିବ ଜମି ମାଲିକ ସ୍ୱାସ୍ଥ୍ୟ ସମସ୍ୟା, ପୁଅ କିମ୍ବା ଝିଅ ବିବାହ କିମ୍ବା ଅନ୍ୟ ଜରୁରୀ ଆର୍ôଥକ ସମସ୍ୟାରୁ ମୁକୁଳିବା ପାଇଁ ନିଜ ଜମିକୁ ବିକ୍ରି କରି ପାରୁ ନାହାନ୍ତି। ଫଳରେ ସେମାନେ ଏକ ଗୁରୁତର ଆର୍ôଥକ ଅନିଶ୍ଚିତା ଦେଇ ଗତି କରୁଥିବା ଯୋଗୁଁ ଲୋକଙ୍କ ମନରେ ସରକାର ଓ ପ୍ରଶାସନ ବିରୁଦ୍ଧାରେ ଜନ ଅସନ୍ତୋଷ ବଢିବାରେ ଲାଗୁଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande