
ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ନାଆମୀ ମହାବିଦ୍ୟାଳୟରେ 'ନୂତନତ୍ୱ ଓ ଉଦ୍ୟୋଗର ଗୁରୁତ୍ୱ' ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ଅଧ୍ୟାପକ ଡ଼ଃ ଅଜୟ କୁମାର ପ୍ରଧାନ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ସୁକାନ୍ତ ଚନ୍ଦ୍ର ସ୍ୱାଇଁ ଯୋଗଦାନ କରିଥିଲେ।ଏଥିରେ ବକ୍ତା ଭାବରେ ଜିଲ୍ଲା ଶିଳ୍ପ ପ୍ରଶିକ୍ଷକ ଶଶୀ ଶେଖର ବେହେରା , ବିଶ୍ୱଜିତ ସାମଲ ଓ ପାର୍ଥ ରାଉତ ରାୟ ଷ୍ଟାର୍ଟ ଅପ ସମ୍ବନ୍ଧରେ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ।ନିଜେ କିପରି ପିଲାମାନେ ଆତ୍ମ ନିର୍ଭରଶୀଳ ଓ ଉଦ୍ୟୋଗପତି ହୋଇପାରିବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ ସେ ସମ୍ପର୍କରେ ପ୍ରଶିକ୍ଷକ ମାନେ ବିଶଦ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ଃ ରଘୁନାଥ ସାହୁ, ଅଶୋକ କୁମାର ଦାଶ,ଅଧ୍ୟାପିକା ଭାରତୀ ଲତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ଏହାସହିତ ଓଡ଼ିଆ ପକ୍ଷ ପାଳନ ଅବସରରେ ବହିଟିଏ ପଢ଼ିବା କାର୍ଯ୍ୟକ୍ରମ ମଧ୍ୟ ହୋଇଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ