
ଭୁବନେଶ୍ୱର, ୧୦ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପୁରୀ ଜିଲ୍ଲାର ନିମାପଡାରେ ସର୍ବାଧିକ ୬୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ୪୮.୬ ମି.ମି., ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୨୭.୩ ମି.ମି., କଟକ ଜିଲ୍ଲାର କଂଟାପଡାରେ ୨୩.୦ ମି.ମି., ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୨୦.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ୨୦.୦ ମି.ମି., ଜଗତସିଂହପୁର ଜିଲ୍ଲାର ରଘୁନାଥପୁରରେ ୧୯.୦ ମି.ମି., ନୂଆଗାଁରେ ୧୯.୦ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୧୮.୦ ମି.ମି., ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀରେ ୧୮.୦ ମି.ମି., ପୁରୀ ଜିଲ୍ଲାର କାକଟପୁରରେ ୧୮.୦ ମି.ମି., ବାଲେଶ୍ୱର ଜିଲ୍ଲାର ସୋରୋରେ ୧୭.୫ ମି.ମି. ଏବଂ ଖଇରାରେ ୧୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ