ଓଡ଼ିଆ ପକ୍ଷର ୧୦ମ ଦିନରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ
ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଓଡ଼ିଆ ପକ୍ଷର ୧୦ମ ଦିନରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ
ODIA PAKHYA LOKAKALA PAIEN DINATIE


ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଓଡ଼ିଆ ପକ୍ଷର ୧୦ମ ଦିନରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗଦେଇ ଓଡ଼ିଆ ଲୋକ କଳାର ସୁରକ୍ଷା ଓ ପ୍ରଚାର-ପ୍ରସାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ମୁଖ ଅତିଥି ଭାବେ ପ୍ରବୋଧ ରଥ, ପୂର୍ବତନ ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଯୋଗଦେଇ ଲୋକ କଳା ଆମ ସଂସ୍କୃତିର ଅମୂଲ୍ୟ ଧରୋହର ବୋଲି କହିଥିଲେ ଏବଂ ଏହାକୁ ଆଗାମୀ ପିଢ଼ୀଙ୍କ ପାଇଁ ସୁରକ୍ଷିତ ରଖିବାରେ ସମସ୍ତଙ୍କ ସହଭାଗୀତା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ଲଲାଟେନ୍ଦୁ ମହାନ୍ତି, ବରିଷ୍ଠ ନାଟ୍ୟକାର, ପ୍ରଫେସର ଅଟ୍ଟଳବିହାରୀ ନାୟକ, ନାଟ୍ୟ ଗୌରବ ଏବଂ ଅବସରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ, ଉତ୍କଳ ବିଶ୍ୱବିଦ୍ୟାଳୟ, ଡ଼. ରାମଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ବାଦଲ ସିକଦାର, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରାପ୍ତ, କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକକଳାର ଐତିହ୍ୟ, ମହତ୍ୱ ଓ ସଂରକ୍ଷଣ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଲୋକକଳାକାରମାନଙ୍କୁ ସମ୍ମାନିତ କରାଯାଇଛି। ଚାଂଦବାଲି, ତିହିଡି, ବନ୍ତ , ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ ଓ ବାସୁଦେବପୁର ଅଂଚଳର କଳାକାରମାନେ ଏଥିରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଢୋଳକ ବାଦ୍ୟ ଗୁରୁ ବଂଶୀଧର ବାରିକ୍, ପାଲା ଗାୟକ ଲୋକନାଥ ମିଶ୍ର, ଜୟକୃଷ୍ଣ ପ୍ରଧାନ, ରବୀଂଦ୍ର ବାରିକ୍, ରାଜ କିଶୋର ନାୟକ, ପ୍ରାଣକୃଷ୍ଣ ସାହୁ, ସନାତନ ପୁରୀକୁଂ ସମ୍ମାନିତ କରାଯାଇଥିଲା ।ଏହା ପରେ ପାଲା କଳାକାରମାନେ ନିଜ ନିଜ କଳାର ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ତ୍ରିଲୋଚନ ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ। ଏହି ପ୍ରୟାସ ମାଧ୍ୟମରେ ଲୋକକଳାର ସଂରକ୍ଷଣ ଓ ପ୍ରଚାର-ପ୍ରସାର ସହିତ ନୂତନ ପିଢ଼ୀଙ୍କୁ ଏହି କଳାପ୍ରତି ଆକୃଷ୍ଟ କରିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande