ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ବର୍ଗ ଉଦଯାପିତ
ମାଲକାନଗିରି, ୧୦ ଏପ୍ରିଲ୍(ହି.ସ.) – ମାଲକାନଗିରି ଜିଲ୍ଲା ଖଇରପୁଟ କଲ୍ୟାଣ ମଣ୍ଡପରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ବିଜେପି ଖଇରପୁଟ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଆଜି ଉଦଯାପିତ ହୋଇଯାଇଛି। ପ୍ରଥମେ ନୂତନ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଥିବା ଦୁଇଜଣ ରାଜ୍ୟ ଡମ୍ବରୁ ଶିଶା
ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ  ବର୍ଗ ଉଦଯାପିତ


ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ  ବର୍ଗ ଉଦଯାପିତ


ମାଲକାନଗିରି, ୧୦ ଏପ୍ରିଲ୍(ହି.ସ.) – ମାଲକାନଗିରି ଜିଲ୍ଲା ଖଇରପୁଟ କଲ୍ୟାଣ ମଣ୍ଡପରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ବିଜେପି ଖଇରପୁଟ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଆଜି ଉଦଯାପିତ ହୋଇଯାଇଛି। ପ୍ରଥମେ ନୂତନ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଥିବା ଦୁଇଜଣ ରାଜ୍ୟ ଡମ୍ବରୁ ଶିଶା ଓ ସନ୍ତୋଷିନୀ ପାତ୍ରଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ପ୍ରଶିକ୍ଷଣ ବର୍ଗରେ ବିଜେପି ଖଇରପୁଟ ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ବେହେରା ସଭାପତିତ୍ୱ କରିଥିବା ବେଳେ ପ୍ରଶିକ୍ଷଣ ବର୍ଗର ୬ ଜଣ ବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲା ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷିନୀ ପାତ୍ର, କିଆଙ୍ଗ ମଣ୍ଡଳ ସଭାପତି କୁଶ ତାଟି, ବରିଷ୍ଠ କାର୍ଯ୍ୟକର୍ତା କୁନାଲ ମିଶ୍ର, ପାଙ୍ଗମ ପୂର୍ବତନ ମଣ୍ଡଳ ସଭାପତି ହଳଧର କୋପେ ଓ ଖଇରପୁଟ ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମୁଦୁଲି ପ୍ରମୁଖ ମଂଚରେ ମଂଚାସୀନ ଥିଲେ। ଏଥିରେ ଉପସ୍ଥିତ ଥିବା ସମସ୍ତ ଖଇରପୁଟ ମଣ୍ଡଳ କାର୍ଯ୍ୟକର୍ତାମାନଙ୍କୁ ବକ୍ତା ମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା , ସୋସିଆଲ ମିଡିଆ ସରଳ ଆପ ଓ ନୋମ ଆପ, ମନ୍ କି ବାତ୍, ଆଇଡୋଲୋଜି ଫାଉଣ୍ଡେସନ, ବିଜେପିର ଇତିହାସ, କାର୍ଯ୍ୟ ବିସ୍ତାର ବିଷୟ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ସାଂସଦ ପ୍ରତିନିଧି ସିଦ୍ଧାର୍ଥ ଶଙ୍କର ରଥ, ଖଇରପୁଟ ସରପଂଚ ଦୈମତି ଗୋଲପେଦା, ରାସବେଡ଼ା ସରପଂଚ ପ୍ରମିଳା ଗୁଟ୍ଟା, ଖଇରପୁଟ ନାୟବ ସରପଂଚ ମନୋଜ ସାହୁଙ୍କ ସହ ମଣ୍ଡଳ ପଦାଧିକାରୀ, ପଂଚାୟତ ପ୍ରମୁଖ, ବୁଥ ସଭାପତି, ବୁଥ ଗେଷ୍ଟ୍, ବିଏଲଏ ୨ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ ମଂଚ ପରିଚାଳନା କରିଥିବାବେଳେ ମଣ୍ଡଳର ସମସ୍ତ କର୍ମୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande