ବଲାଙ୍ଗିରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ : ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ଵ
ବଲାଙ୍ଗିର, ୧୦ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଜି ଆୟୋଜିତ ହୋଇଛି। ଏହି ବୈଠକରେ ଜନସ୍ୱାସ୍ଥ୍ୟ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗର କାର୍ଯ୍ୟକଳାପ ଉପରେ ବ
ବଲାଙ୍ଗିରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ, ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ୱ


ବଲାଙ୍ଗିରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ, ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ୱ


ବଲାଙ୍ଗିର, ୧୦ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଜି ଆୟୋଜିତ ହୋଇଛି। ଏହି ବୈଠକରେ ଜନସ୍ୱାସ୍ଥ୍ୟ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗର କାର୍ଯ୍ୟକଳାପ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ବିଶେଷ କରି ଗ୍ରାମାଞ୍ଚଳରେ ଫ୍ଲୋରାଇଡ୍ ଯୁକ୍ତ ପାଣି ସମସ୍ୟାକୁ ନେଇ ଗଭୀର ଆଲୋଚନା ହୋଇଥିଲା ଏବଂ ଏହାର ସ୍ଥାୟୀ ସମାଧାନ ପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସୋନଗଡ଼ ନଦୀର ସିକୁଆଁ ଠାରେ ପ୍ରାୟ ୧୨୪ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ ନିର୍ମାଣ ପ୍ରକଳ୍ପ ଉପରେ ମଧ୍ୟ ସମୀକ୍ଷା ହୋଇଛି। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ଦେଓଗାଁ ବ୍ଲକ ଓ ବଲାଙ୍ଗିର ବ୍ଲକର ଅନେକ ଗ୍ରାମ ପଞ୍ଚାୟତରେ ଜଳସେଚନ ସୁବିଧା ବୃଦ୍ଧି ପାଇବା ସହ ପାନୀୟଜଳ ଯୋଗାଣ ସୁନିଶ୍ଚିତ ହେବ। ବିଧାୟକ କଳିକେଶ ନାରାୟଣ ସିଂହଦେଓ ଙ୍କ ପ୍ରଚେଷ୍ଟାରେ ଏହି ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ଏହା ଅଞ୍ଚଳର ଉନ୍ନୟନକୁ ଆହୁରି ସୁଯୋଗ ଦେବ ବୋଲି ଆଶା ଉଜ୍ଜୀବିତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande