ସମ୍ବଲପୁର ସରକାରୀ ମହିଳା କଲେଜ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚରଣ ଓ ମାନସିକ ନିର୍ଯାତନା ଅଭିଯୋଗ
ସମ୍ବଲପୁର, ୧୦ ଏପ୍ରିଲ୍(ହି.ସ.) – ସମ୍ବଲପୁର ସରକାରୀ ମହିଳା କଲେଜର ଜନୈକା ସ୍ନାତକୋତର ଛାତ୍ରୀଙ୍କ ପ୍ରତି ଇଂରାଜୀ ବିଭାଗର ସହକାରୀ ଅଧ୍ୟାପକ ଡ. ପୀତାମ୍ବର ବେହେରା ବିଭିନ୍ନ ସମୟରେ ଅଶ୍ମୀଳ ଇଙ୍ଗିତ, ଅଶ୍ମୀଳ ମନ୍ତବ୍ୟ ସହ ଆହୁରି ଅନେକ ଅପରାଧିକ କାଣ୍ଡ ଘଟାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏପରି
ସମ୍ବଲପୁର ସରକାରୀ ମହିଳା କଲେଜ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚରଣ ଓ ମାନସିକ ନିର୍ଯାତନା ଅଭିଯୋଗ


ସମ୍ବଲପୁର, ୧୦ ଏପ୍ରିଲ୍(ହି.ସ.) – ସମ୍ବଲପୁର ସରକାରୀ ମହିଳା କଲେଜର ଜନୈକା ସ୍ନାତକୋତର ଛାତ୍ରୀଙ୍କ ପ୍ରତି ଇଂରାଜୀ ବିଭାଗର ସହକାରୀ ଅଧ୍ୟାପକ ଡ. ପୀତାମ୍ବର ବେହେରା ବିଭିନ୍ନ ସମୟରେ ଅଶ୍ମୀଳ ଇଙ୍ଗିତ, ଅଶ୍ମୀଳ ମନ୍ତବ୍ୟ ସହ ଆହୁରି ଅନେକ ଅପରାଧିକ କାଣ୍ଡ ଘଟାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏପରିକି ଅଭିଯୁକ୍ତ ଅଧ୍ୟାପକ ଜଣକ ତାଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଦେବା ସହ ଅଶାଳୀନ ମନ୍ତବ୍ୟ ଦେଉଥିବା ନେଇ ଛାତ୍ରୀ ଜଣକ ନିଜ ଅଭିଭାବକ ଓ କଲେଜ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଧ୍ୟାପକ ବେହେରା ଶ୍ରେଣୀ ଗୃହରେ ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଅପମାନିତ କରିବା ସହ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହି ହଇରାଣ କରୁଥିଲେ। ଏପରିକି ତାଙ୍କୁ ଜେଲ୍ ପଠାଇବା ଓ କ୍ୟାରିୟର ନଷ୍ଟ କରିଦେବା ଭଳି ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗତ ମାର୍ଚ୍ଚ ୧୯ ତାରିଖରେ କଲେଜ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କଲେଜର ସମ୍ମାନ ଓ ସହକର୍ମୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କଲେଜ କର୍ତୃପକ୍ଷ ପଛଘୁଂଚା ଦେଇଥିବା କୁହାଯାଉଛି। କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ପକ୍ଷରୁ ବାରମ୍ବାର ଶୁଣାଣି ହେଉଥିଲେ ମଧ୍ୟ ଏହି ଅଭିଯୋଗ ଉପରେ କୌଣସି ନିର୍ଯ୍ୟାସ ଓ ସମାଧାନ ଅଦ୍ଯାବଧି ହୋଇନାହିଁ। ଏଭଳି ଅଭିଯୋଗ ସମ୍ପର୍କରେ ଜାଣିବା ପରେ ଆଜି ପ୍ରୋଗ୍ରେସିଭ ସମ୍ବଲପୁର ଓ ବିଜେଡି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ଏପରିକି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଲେଜ ଅଧ୍ୟାପକଙ୍କୁ ସାକ୍ଷାତ କରି ଅଭିଯୁକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଯୋଗେଶ ଚନ୍ଦ୍ର ଭୋଇ ଏଭଳି ପରିସ୍ଥିତିରେ ହଡ଼ବଡ଼ ହୋଇପଡିବା ସହ ନିଜ ସଫେଇରେ କହିଛନ୍ତି ଯେ, ଏହି ଅଭିଯୋଗ ହସ୍ତଗତ ହେବା ପରେ କଲେଜର ଆଭ୍ୟନ୍ତରୀଣ କମିଟିକୁ ଏହାର ତଦନ୍ତ ଭାର ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଚାଲିଥିବା ବେଳେ ଅଧ୍ୟାପକଙ୍କୁ କ୍ଲାସ ନେବାକୁ ବାରଣ କରାଯାଇଥିଲା। ପରବର୍ତୀ ସମୟରେ ପରୀକ୍ଷା ପାଖେଇ ଆସୁଥିବାରୁ ଏବଂ ଅନ୍ୟ କର୍ମଚାରୀ ଅନୁପସ୍ଥିତ ଥିବାରୁ ଛାତ୍ରୀମାନଙ୍କ ପାଠପଢାରେ ଯେପରି ଅସୁବିଧା ନହୁଏ, ସେଥିପାଇଁ ଅଭିଯୁକ୍ତ ଅଧ୍ୟାପକଙ୍କୁ କ୍ଲାସ ନେବାକୁ ବାଧ୍ୟ ବାଧକରେ ଅନୁମତି ଦିଆଯାଇଥିଲା। ତେବେ ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବର୍ତମାନ ପୁନର୍ବାର ଉକ୍ତ ଅଧ୍ୟାପକଙ୍କୁ କ୍ଲାସ ନେବାରୁ ବାରଣ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande