ସୋନପୁର ବ୍ଲକ ଅସୁର ମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷାଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର, ୧୦ ଏପ୍ରିଲ୍ (ହି.ସ.)- ସୋନପୁର ଜିଲ୍ଲା ସୋନପୁର ସଦର ବ୍ଲକ ଅସୁର ମୁଣ୍ଡା ଆଶ୍ରମ ସ୍କୁଲର ପାରିପାର୍ଶ୍ଵିକ ସ୍ଥିତି ଓ ଶିକ୍ଷାଦାନ ସମ୍ପର୍କରେ ଜାଣିବା ପାଇଁ ହଠାତ୍ ଆଜି ଏହି ସ୍କୁଲ ପରିସରରେ ପହଂଚିଥିଲେ ସୋନପୁର ଜିଲ୍ଳାପାଳ ଡ. ନୃପରାଜ ସାହୁ ଏବଂ ତାଙ୍କର ଟିମ୍। ସ୍କୁଲର ବିଭିନ୍ନ ଶ୍
ସୋନପୁର ବ୍ଲକ ଅସୁର ମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ


ସୋନପୁର ବ୍ଲକ ଅସୁର ମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ


ସୋନପୁର ବ୍ଲକ ଅସୁର ମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ


ସୁବର୍ଣ୍ଣପୁର, ୧୦ ଏପ୍ରିଲ୍ (ହି.ସ.)- ସୋନପୁର ଜିଲ୍ଲା ସୋନପୁର ସଦର ବ୍ଲକ ଅସୁର ମୁଣ୍ଡା ଆଶ୍ରମ ସ୍କୁଲର ପାରିପାର୍ଶ୍ଵିକ ସ୍ଥିତି ଓ ଶିକ୍ଷାଦାନ ସମ୍ପର୍କରେ ଜାଣିବା ପାଇଁ ହଠାତ୍ ଆଜି ଏହି ସ୍କୁଲ ପରିସରରେ ପହଂଚିଥିଲେ ସୋନପୁର ଜିଲ୍ଳାପାଳ ଡ. ନୃପରାଜ ସାହୁ ଏବଂ ତାଙ୍କର ଟିମ୍। ସ୍କୁଲର ବିଭିନ୍ନ ଶ୍ରେଣୀ ଗୃହ, ହଷ୍ଟେଲ ପରିଚାଳନା, ପିଇବା ପାଣିର ବ୍ୟବସ୍ଥା, ହଷ୍ଟେଲ ଉପକରଣର ସଠିକ ବ୍ୟବହାର ଓ ଛାତ୍ରଛାତ୍ରୀଙ୍କ ଖାଦ୍ୟପେୟର ସୁବିଧା ଅସୁବିଧା ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ସାହୁ ସ୍କୁଲର କିଛି ଛାତ୍ରଛାତ୍ରୀ ଓ ହଷ୍ଟେଲ ଅନ୍ତେବାସୀଙ୍କ ସହ ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ। ସ୍କୁଲ ପରିସରରେ ନିର୍ମାଣ ହୋଇସାରିଥିବା ହଷ୍ଟେଲ ଗୃହକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସ୍କୁଲ ପ୍ରଧାନ ସେବକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲର ଅଧୁରା ରହିଥିବା ଅନ୍ୟ ବିକାଶମୂଳକ କାମ ଯେପରି ଶୀଘ୍ର ସରିବ ସେ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ସୋନପୁର ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୋନପୁର ଜିଲ୍ଲାପାଳ ଶ୍ରୀ ସାହୁ।

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ସୋନପୁର ବିଡ଼ିଓ ପ୍ରତୀକ କୁମାର କର, ଏ.ଡି. ଡବ୍ଲୁ. ଓ. ଶ୍ରୀମତୀ ସଂଯୁକ୍ତା ମାଝୀ, ସୋନପୁର ଡବ୍ଲୁ.ଇ.ଓ. ସୌରଭ ଦାନୀ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande