
କେନ୍ଦୁଝର, ୧୦ ଏପ୍ରିଲ୍(ହି.ସ.) – ସହର ସ୍ଥାନୀୟ ରୋଟାରିଭବନ ଠାରେ ଭଏସ୍ ଅଫ୍ ମିଡ଼ିଆ ତରଫରୁ ଏକ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବପ୍ରଥମେ କେନ୍ଦୁଝରର ଆରାଧ୍ୟାଦେବି ମା'ତାରିଣୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟାଟିକୁ ଆରମ୍ଭକରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୂଭାବେ ଭଏସ୍ ଅଫ୍ ମିଡ଼ିଆର ରାଜ୍ୟସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର ଯୋଗଦେଇ ଭଏସ୍ ଅଫ୍ ମିଡ଼ିଆ ହେଉଚି ଏକ ଅନ୍ତର୍ଜାତୀୟ ସଂଗଠନ ଏବଂ ଗଣମାଧ୍ୟମ ପ୍ରତିନିଧୂ ମାନଙ୍କର ସ୍ୱାର୍ଥ ହକ ନ୍ୟାଯ୍ୟ ଦାବିନେଈ ଏହି ସଂଗଠନ ସଦାସର୍ବଦା କାର୍ଯ୍ୟ କରିଥାଏ ବୋଲି କହିବା ସହ ସାମ୍ବାଦିକମାନଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ଭଏସ୍ ଅଫ୍ ମିଡ଼ିଆ ତରଫରୁ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ବୀମା ଗୃହ ଋଣ ଏବଂ ଶିକ୍ଷାନିମନ୍ତେ ଋଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଏହି ସଭାରେ ଜିଲ୍ଲା ସଂଗଠନର ସଭାପତି ଶ୍ରୀ ଯୁକ୍ତ ସୁଧଳ କୁମାର ସେଠୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଶଶୀଭୂଷଣ ସିଂ ଏବଂ ଉପଦେଷ୍ଟା ସଞ୍ଜୟ କୁମାର ପଣ୍ଡା ମଂଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡସ୍ତରୀୟ ସୂଚନା ଲୋକସମ୍ପର୍କ ଅଧିକାରିଣୀ ଜ୍ୟୋତିରମଇ ନାଏକ ଉପସ୍ଥିତ ଥିଲେ। ଭଏସ୍ ଅଫ୍ ମିଡିଆ ତରଫରୁ ଯେଉଁ ସାମ୍ବାଦିକ ବୃନ୍ଦଙ୍କର ନାମ ପଞ୍ଜିକୃତ ହେଇଚି ସେମାନଙ୍କୁ ରାଜ୍ୟମୁଖ୍ୟ ଡକ୍ଟର ମିଶ୍ର କାର୍ଡ ଦେବା ସହ ଉତରୀୟ ଦେଇ ସମ୍ବନ୍ଧିତ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଗଣମାଧ୍ୟମର ପ୍ରତିନିଧୂମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ସାମ୍ବାଦିକ ସତ୍ୟଜିତ ମିଶ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA