ବଢୁଛି ଥଣ୍ଡା ପାନୀୟ ସାଙ୍ଗକୁ ତରଭୁଜର ଚାହିଦା
ଜୟପୁର, ୧୦ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇଥିବା ନେଳେ ଗରମରୁ ଟିକେ ନିସ୍ତାର ପାଇବାକୁ ଥଣ୍ଡା ପାନୀୟ ସାଜିଛି ଏକମାତ୍ର ସାହାରା । ଯେକୌଣସି କାମରେ ବାହାରକୁ ବାହାରିବା ମାତ୍ରେ ପ୍ରଥମେ ଅଟକିଥାନ୍ତି ଥଣ୍ଡା ପାନୀୟ ନିକଟରେ । ଆଖୁ ରସ ଠାରୁ ଆରମ୍ଭ କର
ବଢୁଛି ଥଣ୍ଡା ପାନୀୟ ସାଙ୍ଗକୁ ତରଭୁଜର ଚାହିଦା


ଜୟପୁର, ୧୦ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇଥିବା ନେଳେ ଗରମରୁ ଟିକେ ନିସ୍ତାର ପାଇବାକୁ ଥଣ୍ଡା ପାନୀୟ ସାଜିଛି ଏକମାତ୍ର ସାହାରା । ଯେକୌଣସି କାମରେ ବାହାରକୁ ବାହାରିବା ମାତ୍ରେ ପ୍ରଥମେ ଅଟକିଥାନ୍ତି ଥଣ୍ଡା ପାନୀୟ ନିକଟରେ । ଆଖୁ ରସ ଠାରୁ ଆରମ୍ଭ କରି ପଇଡ଼ ପାଣି, ବେଲ ପଣା, ଲସି ଆଦି ପାନୀୟ ଗରମ ରକ୍ଷା କରିବା ସହ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ । ଏଥିପାଇଁ ସହରର ଛକ ସ୍ଥାନ ମାନଙ୍କରେ ଖୋଲାଯାଇଥିବା ଥଣ୍ଡା ପାନୀୟ ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଜମୁଥିବା ଲକ୍ଷ୍ୟ କରାଯାଇଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଖରାଦିନରେ ବେଲପଣା, ଆଖୁରସ ଭଳି ସିଜିନାରୀ ବ୍ୟବସାୟ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ କେବଳ ଖରାଦିନରେ ଏହି ସବୁ ବ୍ୟବସାୟ କରିଥାନ୍ତି । ପ୍ରବଳ ଖରା ହେଇଥିବାରୁ ସାଧା ପାଣି ଅପେକ୍ଷା ଦହି ସର୍ବତ, ଲସି, ଲେମ୍ବୁପାଣି, ବେଲ ପଣା, ତରଭୂଜ, ଲେମ୍ବୁ ପାଣି, ଆମ୍ବ ସର୍ବତ ସାଙ୍ଗକୁ ବିଭିନ୍ନ ଫଳ ରସର ଚାହିଦା ବଢୁଛି । ପଇଡ ପାଣି, ଦହି ପାଣି, ପୁଦିନା ପାଣି, ଆଖୁ ରସର ଅଧିକା ଚାହିଦା ରହିଥିବା ବେଳେ ରାତି ଯାଏ ଲସି, ବେଲପଣା ସାଙ୍ଗକୁ ଟିଭିନ୍ନ ଫଳ ଜୁସ ପିଇବା ପାଇଁ ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି ।

ଜୟପୁର ସହରରେ ଥିବା ଗୁପଚୁପ୍, ଚାଟ୍, ମୋମୋସ୍, ଚିକେନ୍ ପକୋଡ଼ା, ଚିକେନ୍ ଲଲିପପ, ରୋଲ, ଚାଓମିନ୍, ବିରିୟାନୀ, ବରା, ଆଳୁଚପ୍ ସାଙ୍ଗକୁ ପକଡ଼ା ଖାଇବାକୁ ସସନ୍ଦ କରିଥାନ୍ତି। ହେଲେ ଗୁଳୁଗୁଳିରେ ପ୍ରଭାବିତ ହୋଇଛି ଫାଷ୍ଟଫୁଡ୍ ଆଇଟମ୍। ଆମିଷ ଦୋକାନ ହେଉ ଅବା ନିରାମିଷ ଦୋକାନ ଯୁବଗୋଷ୍ଠୀମାନେ ଫାଷ୍ଟଫୁଡ ଖାଇବାକୁ ଲାଇନ୍ ଲଗାଉ ଥିବା ବେଳେ ଏବେ ସନ୍ଧ୍ୟାରେ ତେଲଛଣ ଖାଦ୍ୟ କିମ୍ବା ଫାଷ୍ଟଫୁଡ ବ୍ୟବସାୟୀମାନଙ୍କ ପାଖରେ ଗ୍ରାହକଙ୍କ ଦେଖା ମିଳୁନି । କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା, ବୈପାରୀଗୁଡା ଆଦି ସହରରେ ଥଣ୍ଡା ପାନୀୟ ଜଳ ଓ ତରଭୁଜର ଚାହିଦା ବୃଦ୍ଧି ପାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande