ବିଶ୍ବ ହୋମିଓପାଥି ଦିବସ ପାଳିତ
ଗଞ୍ଜାମ, ୧୦ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଡକ୍ଟର୍ସ ଫୋରମ ତରଫରୁ ବିଶ୍ୱ ହୋମିଓପାଥି ଦିବସ ତଥା ହୋମିଓପାଥିର ଜନକ ଡାକ୍ତର କ୍ରିଷ୍ଟୀୟନ ଫ୍ରେଡେରିକ ସାମୁଏଲ ହାନିମାନଙ୍କ ଜନ୍ମ ଜୟନ୍ତୀ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ପାତ୍ର ହସ୍ପିଲଟାଲ ପରିସ
ବିଶ୍ବ ହୋମିଓପାଥି ଦିବସ ପାଳିତ


ଗଞ୍ଜାମ, ୧୦ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଡକ୍ଟର୍ସ ଫୋରମ ତରଫରୁ ବିଶ୍ୱ ହୋମିଓପାଥି ଦିବସ ତଥା ହୋମିଓପାଥିର ଜନକ ଡାକ୍ତର କ୍ରିଷ୍ଟୀୟନ ଫ୍ରେଡେରିକ ସାମୁଏଲ ହାନିମାନଙ୍କ ଜନ୍ମ ଜୟନ୍ତୀ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ପାତ୍ର ହସ୍ପିଲଟାଲ ପରିସରରେ ଶୁକ୍ରବାର ଫୋରମର ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା | ଏହି କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ବିଜୁ ପଟନାୟକ ହୋମିଓପାଥି ମହାବିଦ୍ୟାଳୟର ଅଧ୍ୟକ୍ଷା ଡା. ଗୀତାଞ୍ଜଳି ପଟନାୟକ ଓ ମୁଖ୍ୟ ବକ୍ତା ଭାବେ ଡା. ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଯୋଗଦେଇ ଡାକ୍ତର ହ୍ୟାନିମାନଙ୍କ ଜୀବନୀ, ହୋମିଓପାଥିକର ଆବିଷ୍କାର ଓ ମାନବ ଜାତିର କଲ୍ୟାଣ ପାଇଁ ତାଙ୍କର ଅବଦାନ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ | ହୋମିଓପାଥି ଶାଖା ସମ୍ପାଦକ ଡା. ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର ରାମଚନ୍ଦ୍ର ରଥ ଡାକ୍ତର ଶିଶିର କୁମାର ମିଶ୍ର, ଡା. ବିପିନ ବିହାରୀ ସାହୁ, ଡାକ୍ତର ହୃଷିକେଶ ମହାନ୍ତି ଡା ସେବା ମହାନ୍ତି, ଡାକ୍ତର ରବୀନ୍ଦ୍ର ନାଥ ଗନ୍ତାୟତ, ଡାକ୍ତର ସମୀର କୁମାର ନାୟକ, ଡାକ୍ତର ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ଆଜି ଦିବସରେ ତାପ୍ତର୍ଯ୍ୟ ଓ ସ୍ୱଳ୍ପ ମୂଲ୍ୟରେ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ହୋମିଓପାଥିର ଅବଦାନ ବିଷୟରେ ଆଲୋକପାତ କରିଥିଲେ |

କୋଷାଧ୍ୟକ୍ଷ ଡାକ୍ତର ସମରେନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ ଓ ନିଜର ବକ୍ତବ୍ୟ ରଖିଥିଲେ | ପରିଶେଷରେ ଯୁଗ୍ମ ସମ୍ପାଦକ ଡାକ୍ତର କିରଣ କୁମାର ପାଣିଗ୍ରାହୀ ନିଜର ବକ୍ତବ୍ୟରେ ଫୋରମର କାର୍ଯ୍ୟକ୍ରମ ସମୂହ ବିଷୟରେ ବିବରଣୀ ରଖିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande