ଆଗରପଡା କଲେଜର ରକ୍ତଦାନ ଶିବିର
ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଓଡିଆପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ଆଗରପଡା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଶିବିରକୁ ଉଦ୍ଘାଟନ କରିଥିଲେ । ଏଥିରେ ୟୁଥ୍ ରେଡକ୍ରସର ଅଧ୍ୟାପିକା ସନ୍ଧ୍ୟାରାଣୀ ନାୟକ, ସାଂସ୍କୃତିକା ସମ୍ପାଦିକା ଅଧ୍ୟାପିକ
agarpada  collage blood donate camp


ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଓଡିଆପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ଆଗରପଡା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଶିବିରକୁ ଉଦ୍ଘାଟନ କରିଥିଲେ । ଏଥିରେ ୟୁଥ୍ ରେଡକ୍ରସର ଅଧ୍ୟାପିକା ସନ୍ଧ୍ୟାରାଣୀ ନାୟକ, ସାଂସ୍କୃତିକା ସମ୍ପାଦିକା ଅଧ୍ୟାପିକା ପ୍ରେମଲତା ଦାଶ, ସାବିତ୍ରୀ ମଞ୍ଜରୀ ଦାସ, ରାଜେନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ନାୟକ, ରବିନ୍ଦ୍ର ମୋହନ ପଣ୍ଡା, ମହେଶ୍ୱର ମଲ୍ଲିକ୍, ମୁଖ୍ୟ ସହାୟକ ଅଶୋକ କୁମାର ସାହୁଙ୍କ ସମେତ ଏନସିସି, ଏନ୍ଏନ୍ଏସ୍ ସମସ୍ତ କର୍ମକର୍ତା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ଯୁବ ରେଡକ୍ରସ୍, ଏନସିସ ଓ ଏନଏସଏସ ଛାତ୍ରଛାତ୍ରୀଙ୍କ ଦ୍ୱାରା ୩୦ ୟୁନଟ୍ ରକ୍ତ ସଂଗୃହିତ ହୋଇଥିଲା । ଭଦ୍ରକ ରକ୍ତ ଭଣ୍ଡାରର ରତିକାନ୍ତ ବଳ, ରବିନ୍ଦ୍ର ଜେନା, ଅରୁଣ ପରିଡା, ମଙ୍ଗୁଳୁ ପ୍ରଧାନ ରକ୍ତ ସଂଗ୍ରହ କରିଥିଲେ ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande