ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ନେଇ ସଚେତନତା
ଜୟପୁର, ୧୦ ଏପ୍ରିଲ୍ (ହି.ସ.)- ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟକୁ ଶିକ୍ଷା ସଚେତନ ରଥ ଦ୍ବାରା ସଭିଙ୍କୁ ସଚେତନ କରାଇବା ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଶିକ୍ଷା ରଥ ଗତ ୪ ତାରିଖ ଦିନ ଜୟପୁର କୁନ୍ଦୁରିଗୁଡା ଠାରୁ ବାହାରି ଜୟପୁର ବ୍ଲକ୍ ର
ବିଦ୍ୟା ବନ୍ତ ବିଦ୍ୟାର୍ଥୀ ପରିଷଦ ଦ୍ବାରା ସଭିଏଁ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୧୦ ଏପ୍ରିଲ୍ (ହି.ସ.)- ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟକୁ ଶିକ୍ଷା ସଚେତନ ରଥ ଦ୍ବାରା ସଭିଙ୍କୁ ସଚେତନ କରାଇବା ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଶିକ୍ଷା ରଥ ଗତ ୪ ତାରିଖ ଦିନ ଜୟପୁର କୁନ୍ଦୁରିଗୁଡା ଠାରୁ ବାହାରି ଜୟପୁର ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ଅତିକ୍ରମ କରି ଆଜି କଙ୍ଗା ସାଧନ କେନ୍ଦ୍ର ର ଶିବଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲା l ଏହାଦ୍ବାରା ସମସ୍ତଙ୍କୁ ସଚେତନ କରାଇବା ସହିତ ବିଦ୍ୟାଳୟ ମାନଙ୍କରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନେଇ ସମସ୍ତଙ୍କୁ ସଚେତନ କରାଯାଇଥିଲା lଶିବଗୁଡ଼ାରେ ଶିକ୍ଷା ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିବଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ରଙ୍କ ସମେତ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ lଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ ଯୋଗଦାନ କରିଥିଲେ l ବିଭାଗୀୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଢି, ବରିଷ୍ଠ ସହାୟକ ଶଶୀ ଭୂଷଣ ଦାସ, ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ କେ. ଗୋପାଳ, ସୋମନାଥ ଗାଦବା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଉତ୍ତମ ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା lକିରଣ ମହାରଣା, ରଞ୍ଜିତ ମହାନ୍ତି, ମନୋଜ ପଟ୍ଟନାୟକ, କିଶୋର ତ୍ରିପାଠୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶ୍ରୀ ଜଗନ୍ନାଥ ମିଶ୍ର ଶିକ୍ଷା ରଥ ସହିତ ବୁଲି ବୁଲି ସମସ୍ତଙ୍କୁ ସଚେତନ କରାଇବା ଯୋଗୁଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଶ୍ରୀ ନାୟକ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande