
ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)- ଆସନ୍ତା ୧୭ ତାରିଖରେ ବିଜୁ ବାବୁ ଶ୍ରାଦ୍ଧ ଦିବସ ।
ସେହିଦିନ ଆମେ କିଛି ଓଡ଼ିଶାକୁ ଭଲ ପାଉଥିବା ବ୍ୟକ୍ତି ମାନେ ଓଡ଼ିଶା ନାଗରିକ ମଞ୍ଚ ଗଠନ ପାଇଁ
ନିଷ୍ପତ୍ତି ନେଇଛୁ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ । ଓଡ଼ିଶାର
ସ୍ୱାର୍ଥ ଓ ସ୍ୱାଭିମାନକୁ ସୁରକ୍ଷିତ କରିବା ପାଇଁ ଏହି ମଞ୍ଚ ଗଠନ ହୋଇଛି । ଆଗକୁ ଦେଖନ୍ତୁ କଣ
ହେଉଛି । ଆମେ ଚାହୁଁ ଓଡ଼ିଶାର ରାଜନୀତି ସମୃଦ୍ଧ ହେଉ ସୁସ୍ଥ ହେଉ । ଏଭଳି ଏକ ରାଜନୈତିକ
ପରିବେଶ ସୃଷ୍ଟି ହେଉ ଯେଉଁଥିରେ ଜଣେ ଓଡ଼ିଆ ନାଗରିକ ଆତ୍ମ ସମ୍ମାନର ସହିତ ମୁଁ ଓଡ଼ିଆ ବୋଲି କହି
ଗର୍ବ କରିବ ।
ନବୀନଙ୍କୁ କଟାକ୍ଷ କରି ସୌମ୍ୟ
ପଟ୍ଟନାୟକ କହିଛନ୍ତି ପୁଅ ମାନେ କଣ କେବଳ ଲିଗାସୀ ନେବେ ଆଉ କେହି ହୋଇ ପାରିବେ ନାହିଁ
। ଆମେ କାହିଁ ବିଜୁ ଲିଗାସିକୁ ଚୋରି କରିବାକୁ ଉଦ୍ୟମ କରିବୁ । ବିଜୁ ଲିଗାସୀ କାହାର କଣ
ଜାଗିଦାରୀ କି ? ବିଜୁ ବାବୁଙ୍କୁ
ନେଇ ଯେଉଁମାନେ ରାଜନୀତିରେ ବ୍ୟବହାର କରିବାକୁ ଚାହୁଁଛନ୍ତି ସେଥିରୁ ଦୁରେଇ ରୁହନ୍ତୁ । ସେମାନେ
ବିଜୁ ବାବୁଙ୍କ ଭଳି ସୁପୁରୁଷ ହୁଅନ୍ତୁ ବୋଲି ସୌମ୍ୟରଂଜନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା