
ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)- 17 ତାରିଖ ବିଜୁ ତିରୋଧାନ ଦିବସ ପାଳନ ପୂର୍ବରୁ
ଏକାଠି ହେଲେ ବିଜୁ ଲିଗାସୀ ନେତା | ଭୁବନେଶ୍ୱର ସ୍ଥିତ ଓୟୁଏଟି ସମ୍ମିଳନୀ
କକ୍ଷରେ ବରିଷ୍ଠ ନେତା ପହଂଚିଛନ୍ତି | ଓୟୁଏଟି ପରିସରରେ ହେବ ବିଜୁ
ଲିଗାସୀ ସମ୍ମିଳନୀ | ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ରବି ପାଣିଙ୍କ ଭଳି ଅନେକ ନେତା | କାର୍ଯ୍ୟକ୍ରମ ପାଇଁ ଓୟୁଏଟି
ସମ୍ମିଳନୀ କକ୍ଷ ସ୍ଥାନ ପରିଦର୍ଶନ କରିଛନ୍ତି | 17 ରେ ବିଜୁ ପ୍ରେମୀ
ଏକାଠି ହେବେ। ଏହି କାର୍ଯ୍ୟକ୍ରମର ଆବାହକ ହେଉଛନ୍ତି ସାଂସଦ ଦିଲ୍ଲିପ ରାୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜୟ ମହାପାତ୍ର |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା