ଏସସିଏସ କଲେଜରେ ରକ୍ତଦାନ ଶିବିର
ପୁରୀ, ୧୦ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ- ୨୦୨୬ ଆନୁକୂଲ୍ୟରେ ସ୍ଥାନୀୟ ସାମନ୍ତ ଚନ୍ଦ୍ରଶେଖର(ଏସସିଏସ) ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ବିଭାଗ ଦ୍ଵାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଦ୍ବିବେଦୀ କାର୍ଯ୍ୟକ୍ରମର ଶୁଭାରମ୍ଭ
ଏସ. ସି. ଏସ କଲେଜ ରେ ରକ୍ତଦାନ ଶିବିର


ପୁରୀ, ୧୦ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ- ୨୦୨୬ ଆନୁକୂଲ୍ୟରେ ସ୍ଥାନୀୟ ସାମନ୍ତ ଚନ୍ଦ୍ରଶେଖର(ଏସସିଏସ) ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ବିଭାଗ ଦ୍ଵାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଦ୍ବିବେଦୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ରକ୍ତଦାନର ମହତ୍ୱ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ l ରେଡ଼କ୍ରସ ବିଭାଗ, ଜିଲ୍ଲା ଆବାହକ ଶୋଭନା ତ୍ରିପାଠୀ, ମହାବିଦ୍ୟାଳୟ ଅଧିନସ୍ଥ ରେଡ଼କ୍ରସ ସଂଯୋଜିକା ଡ. ସଂଗୀତା ମିଶ୍ରଙ୍କ ତତ୍ୱାବଧାନରେ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l

ଏଥିରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ସକ୍ରିୟ ଅଂଶଗ୍ରହଣ ସହ ବିପୁଳ ଉତ୍ସାହ ଉଦ୍ଦୀପନାରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande