କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର, 10 ଏପ୍ରିଲ (ହି.ସ) - ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୮ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସ
କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର


ଭୁବନେଶ୍ୱର, 10 ଏପ୍ରିଲ (ହି.ସ) - ଆଜି ରାଜ୍ୟ

ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୮ ତମ ବୈଠକ ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ

ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ

ଶାସନ ସଚିବ ଶ୍ରମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ

ଗଣମାଧ୍ୟମକୁ ସୂଚନା ଦେଇଥିଲେ l

ବୈଠକରେ ୫ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା

ପୂର୍ବକ ଅନୁମୋଦନ କରାଯାଇଛି l

ହାଡୁଆ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ୍ ଲାଇନ୍ ପାଇଁ ଟେଣ୍ଡର

ମଞ୍ଜୁର ମିଳିଛି । ବଡ଼ମ୍ବାର ୭୬, ନରସିଂହପୁର ଓ ତିଗିରିଆର ୫ ଲେଖାଏଁ ଗାଁ ଉପକୃତ ହେବ । ପାର୍ବତୀ

ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ ଗୁରୁତ୍ବ ଦିଆଯାଇଛି । ହୀରାକୁଦରୁ ଜଳ ଉତ୍ତୋଳନ କରି ଜଳ

ଯୋଗାଣ ବ୍ୟବସ୍ଥା ହେବ । ସମ୍ବଲପୁର ଜିଲ୍ଲାର ୬ ହଜାର ୨୧୦ ହେକ୍ଟର ଜମି ଜଳସେଚିତ ହେବ । ୩୪୦୦

କୋଟିର ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି । ୩୧୮ଟି ବସ୍ଷ୍ଟାଣ୍ଡର ଉନ୍ନତୀକରଣ କରାଯିବ

। କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ ଏମଭିଏସବ୍ଷ୍ଟେସନ ହେବ । ଓଡ଼ିଶା ଶ୍ରମ ସେବା ନିୟମାବଳୀରେ

ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି । ପୂର୍ବରୁ ନିଯୁକ୍ତ ଏଏଲଓ, ଆରଏଲଆଇମାନେ ବିଭାଗୀୟ

ପରୀକ୍ଷାରୁ ଛାଡ଼ ପାଇବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande