
ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)- ବାଲ୍ୟ ବିବାହ
ନିଷେଧ ଆଇନ, ୨୦୦୬ କଡ଼ାକଡ଼ି ପାଳନ ନେଇ
ନିର୍ଦ୍ଦେଶ । ଜିଲ୍ଲାପାଳମାନଙ୍କୁ ‘ବାଲ୍ୟ ବିବାହ ନିଷେଧ ଅଧିକାରୀ’ ଭାବେ ଦାୟିତ୍ୱ ଦିଆଯାଇଛି
। ଗ୍ରାମ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା
ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶିଶୁ ବିକାଶ ପ୍ରକଳ୍ପ
ଅଧିକାରୀ, ଅଙ୍ଗନୱାଡି କର୍ମୀ, ପୁଲିସ
ଏବଂ ଧର୍ମଗୁରୁମାନଙ୍କ ସହ ସ୍ୱତନ୍ତ୍ର ବୈଠକ ବିବାହ କାର୍ଯ୍ୟରେ ଜଡ଼ିତ ସେବା ଟେଣ୍ଟ ମାଲିକ,
କ୍ୟାଟରିଂ ଏବଂ ପ୍ରିଣ୍ଟିଂ ପ୍ରେସ ମାଲିକଙ୍କୁ ମଧ୍ୟ କରାଯିବ ସଚେତନ ବାଲ୍ୟ
ବିବାହକୁ ପ୍ରୋତ୍ସାହନ ନ କରିବାକୁ ଦିଆଯିବ ପରାମର୍ଶ ।
ସ୍କୁଲ ଛାଡ଼ିଥିବା ପିଲାଙ୍କ
ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି
ପିଲାମାନେ ବାଲ୍ୟ ବିବାହର ଶିକାର ହେବାର ସମ୍ଭାବନା ଅଧିକ ସେମାନଙ୍କ ପରିବାରକୁ କାଉନସେଲିଂ
କରିବାକୁ ଚିଠିରେ ଉଲ୍ଲେଖ ରହିଛି ।
ସମସ୍ତ ପଦକ୍ଷେପର ଏକ ବିବରଣୀ
ଏପ୍ରିଲ ୮, ୨୦୨୬ ସୁଦ୍ଧା ଆୟୋଗଙ୍କ ନିକଟରେ ଦାଖଲ କରିବାକୁ
ନିର୍ଦ୍ଦେଶ ରହିଛି ।
ଅକ୍ଷୟ ତୃତୀୟାରୁ ବାଲ୍ୟ
ବିବାହକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ନିୟମ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ଶାସନ
ସଚିବଙ୍କୁ ଚିଠି ଲେଖିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଆୟୋଗ ।
ଆସନ୍ତା ଏପ୍ରିଲ ୧୯ରେ
ପଡୁଥିବା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୂପେ ରୋକିବା
ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏକ ବ୍ୟାପକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି ।
ଏ ନେଇ ଏନସିପିସିଆରର ସଦସ୍ୟ
ସଚିବ ଡକ୍ଟର ସଞ୍ଜୀବ ଶର୍ମା ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଲେଖି ଜରୁରୀ
ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା