
ପୁରୀ, ୧୦ ଏପ୍ରିଲ୍ (ହି.ସ.)- ଶ୍ରୀ ଜଗନ୍ନାଥ ସେନା କେନ୍ଦ୍ରୀୟ କାର୍ଯ୍ୟାଳୟ ପୁରୀ ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ (ପିକୁ) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ଖଣ୍ଡେ ଲାଇଟ ପଥର ଓ ସ୍ଯାଣ୍ଡ ଷ୍ଟୋନ ଚୋରି କରି ନେତାଙ୍କ ଗୃହ ନିର୍ମାଣ ହୋଇଥିବା ସମ୍ପର୍କରେ ସିଂହଦ୍ଵାର ଥାନାରେ ଶୁକ୍ରବାର ପୂର୍ବାହ୍ନରେ ଏତଲା ଦାଏର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଓଡିଶାର ଯାଜପୁର ଜିଲ୍ଲା ମହାବଳପୁର ଠାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏହି ପଥରରେ ଘର ନିର୍ମାଣ କରିଛନ୍ତି । କୋଟି କୋଟି ଟଙ୍କାର ଏହି ମୂଲ୍ୟବାନ ପଥର ବ୍ଯବହୃତ ହୋଇଥିବା ଅଭିଯୋଗ କରିଛନ୍ତି । ପ୍ରତ୍ନତତ୍ତ୍ବ ବିଭାଗ ଏହି ପଥର ଐତିହ୍ଯର ସୁରକ୍ଷା ପାଇଁ ମନ୍ଦିରରେ ବ୍ଯବହାର କରିବା ବିଧି ରହିଛି । ଏଏସଆଇ ର ବିନା ଅନୁମତିରେ କିପରି ଏହି ପଥର ଗଲା ତାକୁ ନେଇ ତଦନ୍ତ ଦାବି କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏହି ନେତା ଦାୟିତ୍ବରେ ଥିଲେ । କ୍ଷମତାର ଅପବ୍ୟବହାର କରି ଏହି ଗୃହ ନିର୍ମାଣ କରିଥିବା ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ଶ୍ରୀ ପଟ୍ଟନାୟକ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଏହି କାର୍ଯ୍ୟରେ ସହଯୋଗ କରିଥିବା ଟାଟା କମ୍ପାନୀ, ଓବିସିସି, ଠିକାଦାର ଓ ବ୍ଯବହୃତ ଗାଡି ସମ୍ପର୍କରେ ତଦନ୍ତ ପାଇଁ ଦାବି କରିଛନ୍ତି । ଭାରତୀୟ ନ୍ଯାୟ ସଂହିତାର ଧାରା ୩୦୩(୨), ୩୦୫, ୩୧୮(୪), ୬୧(୨) ଦଫା ମତେ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ