ସ୍ଥାନୀୟ ବାସିନ୍ଦା ଶ୍ରୀମନ୍ଦିର ପ୍ରବେଶ ପାଇଁ ସଚେତନତା ପଦଯାତ୍ରା
ପୁରୀ, ୧୦ ଏପ୍ରିଲ୍ (ହି.ସ.)- ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରା ଦଶମ ଦିନରେ ପହଞ୍ଚିଛି | ଏହା ଅଧିକ ଭାବନାପୂର୍ଣ୍ଣ ଓ ଏକତାମୟ ଚିତ୍ର ପ୍ରଦର୍ଶନ କରିଥିଲା। ପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସ
ସ୍ଥାନୀୟ ବାସିନ୍ଦା ଶ୍ରୀମନ୍ଦିର ପ୍ରବେଶ ପାଇଁ ସଚେତନତା ପଦଯାତ୍ରା


ପୁରୀ, ୧୦ ଏପ୍ରିଲ୍ (ହି.ସ.)- ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରା ଦଶମ ଦିନରେ ପହଞ୍ଚିଛି | ଏହା ଅଧିକ ଭାବନାପୂର୍ଣ୍ଣ ଓ ଏକତାମୟ ଚିତ୍ର ପ୍ରଦର୍ଶନ କରିଥିଲା। ପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସଚେତନତା ପଦଯାତ୍ରା ଦଶମ ଦିନରେ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ପରିସର ନିକଟରେ ସମାପ୍ତ ହୋଇଥିଲା। ପଥେ ପଥେ “ଜୟ ଜଗନ୍ନାଥ” ଧ୍ୱନି ଓ ଭକ୍ତି ଭାବରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ପୂର୍ବପରି ଦର୍ଶନ ବ୍ୟବସ୍ଥା ପାଇଁ ଦାବି ଜୋରଦାର ଭାବେ ଉଠିଥିଲା। ଏହି ପଦଯାତ୍ରା ପୁରୀ ସହର ଓ ସଦରବାସୀଙ୍କ ମନରେ ଥିବା ଶ୍ରୀଜଗନ୍ନାଥଙ୍କ ପ୍ରତି ଅତୁଟ ଭକ୍ତି ଓ ସ୍ଵାଭାବିକ ଅଧିକାରର ଏକ ସଂଯୁକ୍ତ ପ୍ରତୀକ ଭାବେ ପରିଣତ ହୋଇଥିଲା।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ନୃସିଂହନାଥ ନାୟକ, ଦୀପା ବେହେରା, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ଦାଶରଥୀ ପ୍ରସାଦ ଦାଶ, ବନିତା ଦୀକ୍ଷିତ, ରାଜା ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, ଚକ୍ରଧର ମହାପାତ୍ର, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ସୂର୍ଯ୍ୟ ନାରାୟଣ ରଥ, ନିହାରିକା ତ୍ରିପାଠୀ, ଅରୁଣା ପଟ୍ଟନାୟକ, ରବୀନ୍ଦ୍ର କୁମାର ପଣ୍ଡା, ଭାସ୍କର ଜେନା, ଶୁଭଶ୍ରୀ ମହାରଣା, ମାନସ ପଟ୍ଟନାୟକ, ଯଜ୍ଞେଶ୍ୱର ପଟ୍ଟନାୟକ, ଭୀମସେନ ସ୍ୱାଇଁ, ରୁବି ମଲ୍ଲିକ ଓ ଜଗନ୍ନାଥ ଷଡ଼ଙ୍ଗୀ ପ୍ରମୁଖ ଭାଗନେଇଥିଲେ। ସମସ୍ତଙ୍କ ଏକତାବଦ୍ଧ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଅଧିକ ଶକ୍ତିଶାଳୀ କରିଥିଲା। ପଦଯାତ୍ରାର ସଂଯୋଜନା ଆବାହକ ସ୍ଵାଧୀନ କୁମାର ପଣ୍ଡା କରିଥିଲେ। ସେ କହିଥିଲେ ଯେ, ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ଦର୍ଶନ ଅଧିକାର ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଅବିରତ ଚାଲିଥିବ। ଭକ୍ତି ଓ ଅଧିକାରର ଏହି ଯାତ୍ରା ପୁରୀ ସହର ସଦରବାସୀଙ୍କ ମନୋଭାବକୁ ଏକତ୍ର କରିବା ସହିତ ନ୍ୟାୟସଙ୍ଗତ ଦାବି ପ୍ରତି ସମର୍ଥନକୁ ଆହୁରି ମଜବୁତ କରିଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande