
ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)- ମେଟ୍ରୋ ପ୍ରକଳ୍ପ ଡବଲ ଇଞ୍ଜିନ ସରକାରଙ୍କୁ ବିଚଳିତ
କରିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ l ସେ କହିଛନ୍ତି ଯେ, ବିଜେପି ସରକାରରେ ବାମହାତ କଣ
କରୁଛି ଡାହାଣ ହାତ ଜାଣୁନାହିଁ l ଜଣେ ମନ୍ତ୍ରୀ କହୁଛନ୍ତି ହେବାର ଆବଶ୍ୟକତା ରହିଛି l ଆଉ ଜଣେ ମନା
କରୁଛନ୍ତି l ଏବେ ସାଂସଦଚିଠି ଲେଖୁଛନ୍ତି l ମେଟ୍ରୋ ପାଗଳ
କରିଛି ବିଜେପି ସରକାରକୁ l ମୁଖ୍ୟମନ୍ତ୍ରୀ
ତୁରନ୍ତ ମେଟ୍ରୋ ନେଇ ମୁହଁ ଖୋଲନ୍ତୁ l ନବୀନଙ୍କ ସମୟରେ ଏହି ପ୍ରକଳ୍ପ ହୋଇଥିଲା। କୈଣସି ଶ୍ରେୟ ପୁର୍ବ
ସରକାରଙ୍କୁ ଦେବାକୁ ଚାହୁ ନାହାନ୍ତି। ଡିପିଆର ବଦଳାଇଲେ। ତାପରେ ମନ୍ତ୍ରୀ ସ୍ତରୀୟ କମିଟି
କହିଲା ଭାଏବୁଲ ହେଉନାହିଁ। କିଏ କଣ କହୁଛି ତାହା ଜଣା ନାହିଁ ସେମାନଙ୍କୁ l ଏବେ ଜଣେ ମନ୍ତ୍ରୀ
କହୁଛନ୍ତି ଆଗାମୀ ଦିନରେ ମେଟ୍ରୋର ଆବଶ୍ୟକ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା