
ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)- ମେଟ୍ରୋ
ପ୍ରକଳ୍ପ ବାତିଲ ହୋଇନି ସାମୟିକ ସ୍ଥଗିତ ରହିଛି
। ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି
। ସେ ଅଫିସ ମଧ୍ୟ ଚାଲୁ ରହିଛି । ସମୟିକ ସ୍ଥଗିତ ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ
ଚନ୍ଦ୍ର ମହାପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ କେଉଁଠି ମନା କରି ନାହାନ୍ତି ଏହା ମୁଖ୍ୟମନ୍ତ୍ରୀଙ୍କ
ବିଚାରଧୀନ ରହିଛି ।
ଯେତେବେଳେ ଟେଷ୍ଟ ହେଲା
ସେତେବେଳେ କେତେ ସମସ୍ୟା ହେଲା ଲୋକ ଯିବା ଆସିବା କରି ପାରିଲେନି । ଦୀର୍ଘ ଦିନ ଧରି ଯଦି କାମ
ହୋଇଥାନ୍ତା । ପରିସ୍ଥିତି କଣ ହେଇଥାନ୍ତା । ବାଇପାସ ରାସ୍ତାର ମଧ୍ୟ ବ୍ୟବସ୍ଥା ହେଉଛି । ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି ।
ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ଅଛି । ମୁଖ୍ୟମନ୍ତ୍ରୀ ମନା କରି ନାହାନ୍ତି । ଅନ୍ତଃ ମନ୍ତ୍ରୀ
ସ୍ତରୀୟ କମିଟି ମଧ୍ୟ ଗଠନ ହେଇଛି । ଅନୁଧ୍ୟାନ ହେଉଛି କେଉଁ ଉପାୟରେ ହେବ ବିଚାର କରାଯାଉଛି ।
ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତାରେ ସହଯୋଗରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା