
ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)- ଏପ୍ରିଲ ୨୭
ସୁଦ୍ଧା ସବୁ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ ଏସଓପି ଜାରି ହୋଇଛି। ଛୁଟି ଭିତରେ
ସମସ୍ତଙ୍କୁ ଡ୍ରେସ ଯୋଗାଇ ଦିଆଯିବ। ୧୦ ତାରିଖ
ଭିତରେ ଶ୍ରେଣୀ ବର୍ଗ ହିସାବରେ ନିର୍ଦ୍ଧାରଣ କରାଯିବା ସହ ୧୨ ତାରିଖ ସୁଦ୍ଧା ଏଜେନ୍ସି
ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ଯେଉଁ ମାନେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିଲେ,ସେମାନଙ୍କ ନାଁରେ କିଛି ଅଭିଯୋଗ ଥିଲେ କାଟି
ଦିଆଯିବ। ଯେଉଁମାନଙ୍କ ନାଁରେ କିଛି ଅଭିଯୋଗ ନାହିଁ ସେମାନଙ୍କୁ ପୋଷାକ ବଣ୍ଟନ ଦାୟିତ୍ୱ ଦିଆଯିବ
ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ସେହିପରି ସ୍କୁଲ ଛୁଟି ନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ
କହିଛନ୍ତି ଯେ, କେବେ ସ୍କୁଲ ଛୁଟି ହେବ କିଛି ନିଷ୍ପତି ହୋଇନି। ସମୟ ଦେଖି ସଠିକ୍ ସମୟରେ
ନିଷ୍ପତି ନିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା