ଆଗଲପୁର ଅଞ୍ଚଳ ବହୁ ମାତ୍ରାରେ ଘୁଡୁଘୁଡୁ ପଟି ଜୁଆଖେଳର ହବ୍ ହେବାକୁ ଯାଉଛି
ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳରେ ବ୍ୟାପକ ମାତ୍ରାରେ ଘୁଡୁଘୁଡିପଟି ଜୁଆଖେଳ ଅବାଧରେ ଚାଲିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆଗଲପୁର ଅଞ୍ଚଳରେ କୌଣସି ଯାନିଯାତ୍ରା ହେଉକି କୌଣସି ଖେଳକୁଦ ହେଉ ସବୁଠି ଘୁଡୁଘୁଡିପଟି ଜୁଆଖେଳ ଲୋକ ଗହଳି ଭିତରେ ଚାଲୁଛି । ର
ଆଗଲପୁର ଅଞ୍ଚଳ ବହୁ ମାତ୍ରାରେ ଘୁଡୁଘୁଡୁ ପଟି  ଜୁଆଖେଳ ର ହବ୍ ହେବାକୁ ଯାଉଛି


ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳରେ ବ୍ୟାପକ ମାତ୍ରାରେ ଘୁଡୁଘୁଡିପଟି ଜୁଆଖେଳ ଅବାଧରେ ଚାଲିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଆଗଲପୁର ଅଞ୍ଚଳରେ କୌଣସି ଯାନିଯାତ୍ରା ହେଉକି କୌଣସି ଖେଳକୁଦ ହେଉ ସବୁଠି ଘୁଡୁଘୁଡିପଟି ଜୁଆଖେଳ ଲୋକ ଗହଳି ଭିତରେ ଚାଲୁଛି । ରାଜ୍ୟ ସରକାର ପର୍ବପର୍ବାଣୀ କିମ୍ବା ଯାନିଯାତ୍ରା ହେଉଥିବା ସ୍ଥାନମାନଙ୍କରେ ଘୁଡୁଘୁଡିପଟି କିମ୍ବା ଅନ୍ୟ କୌଣସି ପ୍ରକାର ଜୁଆଖେଳ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସରକାରଙ୍କ ନିର୍ଦ୍ଦେଶ ସତ୍ବେ କିପରି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଅବାଧରେ ଜୁଆଖେଳ ଚାଲୁଛି । ଜନସାଧାରଣରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ ଜାତ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଜୁଆଖେଳ ଖବର ପୋଲିସର ନଜରକୁ ଆସୁନାହିଁ କି ପୋଲିସ ଜାଣି ସୁଦ୍ଧା ନିରବଦ୍ରଷ୍ଟା ସାଜୁଛି । ଏଣୁ ସରକାରୀ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ଘଟଣାକୁ ବଲାଙ୍ଗିର ଏସପି ଗୁରୁତ୍ଵର ସହ ନନେଲେ ଆଗାମି ଦିନରେ ଆଗଲପୁର ଅଞ୍ଚଳ ଜୁଆଖେଳର ହବ୍ ପାଲଟିଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande