କେନ୍ଦୁଝରରେ ଆମ ଆଦମୀ ପାର୍ଟିର ନିର୍ବାଚନ ପ୍ରସ୍ତୁତି ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ
କେନ୍ଦୁଝର, ୧୧ ଏପ୍ରିଲ୍ (ହି.ସ.) - ଆମ ଆଦମୀ ପାର୍ଟି, କେନ୍ଦୁଝର ପକ୍ଷରୁ ଆସନ୍ତା ନିର୍ବାଚନକୁ ନଜରରେ ରଖି କେନ୍ଦୁଝର ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ରୋଟାରୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଦଳର ମିଶ୍ରଣ ପର୍ବ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଅନେକ ନୂତନ ସଦ
App election metting


କେନ୍ଦୁଝର, ୧୧ ଏପ୍ରିଲ୍ (ହି.ସ.) - ଆମ ଆଦମୀ ପାର୍ଟି, କେନ୍ଦୁଝର ପକ୍ଷରୁ ଆସନ୍ତା ନିର୍ବାଚନକୁ ନଜରରେ ରଖି କେନ୍ଦୁଝର ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ରୋଟାରୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଦଳର ମିଶ୍ରଣ ପର୍ବ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଅନେକ ନୂତନ ସଦସ୍ୟ ଦଳରେ ଯୋଗଦେଇଥିଲେ।

ଏହି ବୈଠକରେ କେନ୍ଦୁଝର ଜିଲ୍ଲା ପ୍ରଭାରୀ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ତାଙ୍କ ଉଦବୋଧନ ରେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ସହ ଗ୍ରାସରୁଟ୍ ସ୍ତରରେ କାମ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବିଦ୍ୟୁତ୍ ଓ ନିଯୁକ୍ତି ଭଳି ମୂଳଭୂତ ସମସ୍ୟାଗୁଡିକୁ ନେଇ ଲୋକମାନଙ୍କ ମଧ୍ୟରେ ପହଂଚିବା ଦରକାର।

ଏହି କାର୍ଯ୍ୟକ୍ରମରେ ଲୋକସଭା ସଭାପତି ସୁଶାନ୍ତ ନାୟକ, ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ, ଜିଲ୍ଲା ଉପସଭାପତି ଜୈନୁଲ ଆବେଦିନ, ଜିଲ୍ଲା ସାଧାରଣ ସମ୍ପାଦକ ଶୁଭଙ୍କର ମହାନ୍ତି, ଜିଲ୍ଲା ଯୁବ ସଭାପତି କମଳ ଲୋଚନ ମହାନ୍ତ, ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ ବାରିକ, କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ସଭାପତି ଜୟକୃଷ୍ଣ ନାୟକ ଓ ଦାଶରଥୀ ମହାନ୍ତ, ପାଟଣା ନିର୍ବାଚନ ମଣ୍ଡଳୀ ସଭାପତି ଖଗେଶ୍ୱର ମହାନ୍ତ, ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସଭାପତି ମନୋରଞ୍ଜନ ପଲେଇ, ତେଲକୋଇ ନିର୍ବାଚନ ମଣ୍ଡଳୀ ସଭାପତି ତଥା ଗୀତାରାଣୀ ମହାନ୍ତ, ମମତା ରାଣୀ ବିଶ୍ୱକଲ୍ୟାଣୀ ମହାନ୍ତ, ସୁମିତ୍ରା ପ୍ରଧାନ ଉପସ୍ଥିତ ଥିଲେ।

ବୈଠକରେ ଆସନ୍ତା ନିର୍ବାଚନ ପାଇଁ କୌଶଳ ଓ କାର୍ଯ୍ୟପଦ୍ଧତି ଉପରେ ତଳସ୍ତରରୁ ବ୍ୟାପକ ଆଲୋଚନା ହୋଇଥିଲା। ଏହା ସହିତ ମିଶ୍ରଣ ପର୍ବରେ ଯୋଗଦେଇଥିବା ନୂତନ ସଦସ୍ୟମାନଙ୍କୁ ଦଳର ପତାକା ଓ ଉତରୀୟ ପିନ୍ଧାଇ ସ୍ୱାଗତ କରାଯାଇଥିଲା।

ଶେଷରେ, ସମସ୍ତ କର୍ମୀ ଏକତାବଦ୍ଧ ହୋଇ ଆସନ୍ତା ନିର୍ବାଚନରେ ଦଳକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande