
ଝାରସୁଗୁଡ଼ା, ୧୧ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବିଜେପିର ନୂତନ ମଣ୍ଡଳ କମିଟି ଗଠନ କରାଯାଇଛି । ରାଜେନ୍ଦ୍ର କୁମାର ଦାଶ(ରାଜେଶ) ଙ୍କୁ ଦଳ ଭରସା କରି ପୁଣି ଥରେ ମଣ୍ଡଳ ସଭାପତି ଦାୟିତ୍ୱ ପ୍ରଦାନ କରିଛି । ଏହାସହ ଯୁବନେତା ଲିଙ୍କନ ଟଣ୍ଡକାର ଓ ଅଭୟ ନାଏକ ଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ନୂତନ କମିଟି ରେ ୬ ଜଣ ଉପସଭାପତି ଓ ୬ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସଞ୍ଜୟ କୁମାର ପୂଜାରୀ, ଶ୍ରୀମତୀ କିସାନ, ଧରଣୀ ପଟେଲ, ଅସିତ ରାଓ, କୁଲଦୀପ ନାଏକ ଓ ପ୍ରକାଶ ନାଏକଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି । ପ୍ରତିଭା ବେହେରା, ଆନନ୍ଦ ମାଝୀ, ଭାଗିରଥୀ ଛତ୍ରିଆ, ଶ୍ରୀକାନ୍ତ ବେରିହା, ସଞ୍ଜିତ ସାହୁ ଓ ନିଳାଂଚଳ ସେଟ୍ ଙ୍କୁ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି । ସୁଧୀର ପ୍ରଧାନଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାସହ ମଣ୍ଡଳ ପାଇଁ ବିଭିନ୍ନ ମୋର୍ଚ୍ଚାର ସଭାପତି ଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଏଥିରେ ଯୁବମୋର୍ଚ୍ଚାରେ ମୁନା ସାହୁ, ମହିଳା ମୋର୍ଚ୍ଚାରେ ଲତିକା ସାହୁ, କିସାନ ମୋର୍ଚ୍ଚାରେ ଗଣେଶ କିସାନ, ଏସସି ମୋର୍ଚ୍ଚା ସରୋଜ ବୁଡ଼ା, ଏସଟି ମୋର୍ଚ୍ଚା ନବୀନ କିସାନ, ଓବିଶି ମୋର୍ଚ୍ଚାରେ ସୁରଜ ପଟେଲଙ୍କୁ ସଭାପତି ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ ସୋସିଆଲ ମିଡିଆର ପ୍ରମୁଖ ଭାବେ ଆୟୁଷ ସରାଫ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଜି ବଡ଼ବାହାଲ୍ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା ନୂତନ କର୍ମକର୍ତାଙ୍କୁ ସ୍ୱାଗତ ଜଣାଇବା ସହ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ସାଧାରଣ ସଂପାଦକ ପ୍ରେମସେନ ରାଏ, ବରିଷ୍ଠ ସଦସ୍ୟ ଅରୁଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ