ବନଦୁର୍ଗା ମହୋତ୍ସବ ଚତୁର୍ଥ ସନ୍ଧ୍ୟ କଳା ସଂସ୍କୃତି ପରମ୍ପରା କୁ ଉଜ୍ଜିବିତ କରିଛନ୍ତି ବିସ୍ଥାପିତ
ବଲାଙ୍ଗିର, 11 ଏପ୍ରିଲ୍ (ହି.ସ.) ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଭାବରେ ପରିଚିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଏହି ଡେମ୍ ର ନିକଟ ପଡିଆ ରେ ବନଦୁର୍ଗା ମହୋତ୍ସବ କମିଟିର ଉଦ୍ୟମ ରେ ଦ୍ୱିତୀୟ ବର୍ଷ ବନଦୁର୍ଗା ମହୋତ୍ସବ ଆୟୋଜନ କରାଯାଇଛି । ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହାୟତା ରେ ସାଂସ୍କୃ
ବନଦୁର୍ଗା ମହୋତ୍ସବ ଚତୁର୍ଥ ସନ୍ଧ୍ୟ କଳା ସଂସ୍କୃତି ପରମ୍ପରା କୁ ଉଜ୍ଜିବିତ କରିଛନ୍ତି ବିସ୍ଥାପିତ


ବନଦୁର୍ଗା ମହୋତ୍ସବ ଚତୁର୍ଥ ସନ୍ଧ୍ୟ କଳା ସଂସ୍କୃତି ପରମ୍ପରା କୁ ଉଜ୍ଜିବିତ କରିଛନ୍ତି ବିସ୍ଥାପିତ


ବଲାଙ୍ଗିର, 11 ଏପ୍ରିଲ୍ (ହି.ସ.) ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଭାବରେ ପରିଚିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଏହି ଡେମ୍ ର ନିକଟ ପଡିଆ ରେ ବନଦୁର୍ଗା ମହୋତ୍ସବ କମିଟିର ଉଦ୍ୟମ ରେ ଦ୍ୱିତୀୟ ବର୍ଷ ବନଦୁର୍ଗା ମହୋତ୍ସବ ଆୟୋଜନ କରାଯାଇଛି । ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହାୟତା ରେ ସାଂସ୍କୃତିକ ଦଳ ଯୋଗ ଦେଇଛନ୍ତି । ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜିଲ୍ଲା କୃଷକ ସଂଘ ସଭାପତି ଜତି ପଧାନ, ମୁଖ୍ୟବକ୍ତା ଲକ୍ଷ୍ମଣ ମେହେର, ପୂର୍ବତନ ଅଧ୍ୟକ୍ଷ, ସଂଗଠକ ସୌମେନ୍ଦ୍ର ପରିଚ୍ଛା କୋଶଲବାଦୀ ନେତା କୌସ୍ତୁଭ ସାହୁ, ସଭାପତି ସଂଜୟ ଗଡତ୍ୟା ପ୍ରମୁଖ ମଂଚାସୀନ ଥିଲେ । ବିସ୍ଥାପିତ ନରସିଂହ ପଧାନ ଏବଂ ଅତିଥି କଳାକାର ସଙ୍ଗୀତା ଦାସ ଓ ସ୍ୱରୁପା ସିଂ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ରୁମକୁ ଝୁମାନା, ସୁବର୍ଣ୍ଣପୁର ସଙ୍ଗୀତ ସାଧକ ଶାଶ୍ୱତ ତ୍ରିପାଠୀ ଓ ସାଥୀ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଦେବର୍ଣ୍ଣା ର ସଂକୀର୍ତ୍ତନ ମଣ୍ଡଳୀ, ରଙ୍ଗିଳା ମହାରାଜ ଙ୍କ କଂସ ଦରବାର ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମକୁ ଜୟକୃଷ୍ଣ ମିଶ୍ର, କୈଳାଶ ଚନ୍ଦ୍ର ସିଂହ ଦେଓ, ବିକାଶ ରଞ୍ଜନ ରଥ, ନରେନ୍ଦ୍ର ବିଶି, ବ୍ୟାସଦେବ ବନଛୋର, ପ୍ରମୋଦ ପଟେଲ, ଲମ୍ବୋଦର ପଟେଲ ପ୍ରମୁଖ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande