ଗ୍ୟାସ କଳାବଜାରୀ, ଯୋଗାଣ ବିଭାଗଙ୍କ ମଧୁଚନ୍ଦି୍ରକା, ସରକାର ନିରବଦ୍ରଷ୍ଟା, ଉପଭୋକ୍ତାମାନେ ହନ୍ତସନ୍ତ ମହାସଂଘ
Bhubaneswar, 11 ଏପ୍ରିଲ୍ (ହି.ସ.) ମଧ୍ୟପ୍ରାଚୀ ଯୁଦ୍ଧ ପ୍ରଭାବରେ ରାଜ୍ୟରେ ଏଲ୍.ପି.ଜି. ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇଛି । ବଡ଼ ଦୁଃଖ ଓ ପରିତାପର ବିଷୟ ଉପଭୋକ୍ତାମାନେ ବୁକିଙ୍ଗ୍ କରି ମାସ ମାସ ଧରି ରନ୍ଧନଗ୍ୟାସ ପାଉନାହାନ୍ତି । ବ୍ୟାପକ ପରିମାଣରେ ଗ୍ୟାସ୍ କଳାବଜାରୀ ବଡ଼ ସମସ୍ୟା ଭାବେ ଉ
ଗ୍ୟାସ କଳାବଜାରୀ, ଯୋଗାଣ ବିଭାଗଙ୍କ ମଧୁଚନ୍ଦି୍ରକା, ସରକାର ନିରବଦ୍ରଷ୍ଟା, ଉପଭୋକ୍ତାମାନେ ହନ୍ତସନ୍ତ ମହାସଂଘ


Bhubaneswar, 11 ଏପ୍ରିଲ୍ (ହି.ସ.)

ମଧ୍ୟପ୍ରାଚୀ ଯୁଦ୍ଧ ପ୍ରଭାବରେ ରାଜ୍ୟରେ ଏଲ୍.ପି.ଜି. ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇଛି । ବଡ଼ ଦୁଃଖ ଓ ପରିତାପର ବିଷୟ ଉପଭୋକ୍ତାମାନେ ବୁକିଙ୍ଗ୍ କରି ମାସ ମାସ ଧରି ରନ୍ଧନଗ୍ୟାସ ପାଉନାହାନ୍ତି । ବ୍ୟାପକ ପରିମାଣରେ ଗ୍ୟାସ୍ କଳାବଜାରୀ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ମୁନାଫାଖୋର କଳାବଜାରୀକାରୀ ଗ୍ୟାସ୍ ସିଲିଣ୍ଡର ପିଛା ୩୦୦୦ ଟଙ୍କା କରି ନେଇ ମାଲେମାଲ୍ ହୋଇଥିବାବେଳେ ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ମଝିରେ ମଝିରେ ବିଳିବିଳି ହୋଇ ଉଠିପଡ଼ି ଖାଲିଥିବା ଗ୍ୟାସ୍ ସିଲିଣ୍ଡର ଗୁଡ଼ିକ ଫଟୋ ଉଠାଇ ଖବରକାଗଜରେ ଛାପି ବାହାଦୂରୀ ନେଇ ସରକାରଙ୍କର ଗେହ୍ଲାପୁଅ ସାଜିଛନ୍ତି ଏବଂ ଗ୍ୟାସ୍ କମ୍ପାନୀ ଡିଲରମାନେ କମ୍ପାନୀ ଗାଡ଼ିରେ ଗ୍ୟାସ୍ ବୋହିନେଇ ଚୋରା ବ୍ୟବସାୟୀମାନଙ୍କୁ ଚାଲାଣ କରି ଭଲଭାବେ ହାତ ଚିକ୍କଣ କରୁଛନ୍ତି । କଳାବଜାରୀ ରୋକିବା ପାଇଁ ସବୁ ପ୍ରଚେଷ୍ଟା କରାଯାଇଛି ବୋଲି ଯୋଗାଣ ବିଭାଗ ଡିଣ୍ଡିମ ପିଟୁଛନ୍ତି । ଫଳ କିନ୍ତୁ ଶୂନ । ସରକାର କହୁଛନ୍ତି ରନ୍ଧନ ଗ୍ୟାସର ସମସ୍ୟା ନାହିଁ । କମ୍ପାନୀ କହୁଛି ପ୍ରବଳ ଗ୍ୟାସ ଆମ ପାଖରେ ମହଜୁଦ୍ ଅଛି । ଚାରି ଦିନ ଭିତରେ ଗ୍ୟାସ୍ ଯୋଗାଇ ଦିଆଯାଉଛି । ଗ୍ୟାସ୍ ଏଜେନ୍ସି ଗୋଦାମ ଆଗରେ ଉପଭୋକ୍ତାମାନେ ଖରାରେ ଲମ୍ବା ଧାଡ଼ି ଲଗାଇ ଘାଘା ଧରି ଛିଡ଼ା ହେବାକୁ ପଡ଼ୁଛି । ବୁକିଂ ସହ ଟଙ୍କ ଜମା କରି ଓ.ଟି.ପି. ଆସିବାର ୧୫ଦିନ ବିତିଗଲେ ମଧ୍ୟ ଉପଭୋକ୍ତାଙ୍କୁ ଗ୍ୟାସ ମିଳିପାରୁନାହିଁ । ଉପଭୋକ୍ତାମାନଙ୍କର ଫୋନ୍ ମଧ୍ୟ ଏଜେନ୍ସି ମାନେ ରିସିଭ୍ କରୁନାହାନ୍ତି । ଯଦି ବାଇଚାନ୍ସ ଫୋନ୍ ଲାଗିଗଲା ଉର ମିଳେ, ଗ୍ୟାସ ଡେଲିଭରି ହେଉଛି । ଏଭଳି ଭାବେ ଉପଭୋକ୍ତାମାନଙ୍କ ସହିତ ଲୁଚକାଳି ଖେଳି ଦିନ ଗଡ଼ାଇବା କେତେଦୂର ଯଥାର୍ଥ ? ଶିକ୍ଷାନୁଷ୍ଠାନରେ ମଧ୍ୟ ମଧ୍ୟାହ୍ନଭୋଜନରେ ଘୋର ଅବ୍ୟବସ୍ଥା । ଗ୍ୟାସ ବ୍ୟବହାର ଯୋଗାଣ ପାଇଁ କଡ଼ା ନିୟମ ଥିବାବେଳେ ଗ୍ୟାସଗୁଡ଼ିକୁ କର୍ମର୍କାମାନେ ନିଜ କାମରେ ଲଗାଇ ରୋଷେୟାମାନଙ୍କୁ କାଠ କୋଇଲାରେ ବ୍ୟବସ୍ଥା କରିଛନ୍ତି । ସବୁଠାରୁ ବଡ଼ ଦୟନୀୟ ଭାବେ ଛାତ୍ରଛାତ୍ରୀମାନେ ୫ କେ.ଜି. ଗ୍ୟାସ୍ ଚୁଲା ବ୍ୟବହାର କରୁଥିବା ବେଳେ ଘୋର ସଙ୍କଟରେ ପଡ଼ି ଓଳିଏ ଖାଇ ଓଳିଏ ଉପାସ ମଧ୍ୟ ରହି ହଜାର ହଜାର ଛାତ୍ରଛାତ୍ରୀ ଉର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । କେତେଦିନ ଏ ବ୍ୟବସ୍ଥାରେ ଉପଭୋକ୍ତାମାନେ ରହିବେ ଏବଂ କଳାବଜାରୀକାରୀଙ୍କୁ ରୋକାଯାଇ ପାରିବ

ଆଉ ଏଣିକି ବରଦାସ୍ତ କରାଯିବ ନାହିଁ ବୋଲି ଉପଭୋକ୍ତା ମହାସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନା ଦୃଢ ଭାବେ ଦାବି କରିଛନ୍ତି । ସାତ ଦିନ ଭିତରେ ସରକାର ଜରୁରୀକାଳୀନ ଭାବେ ନ ଯୋଗାଇବେ ପରିସ୍ଥିତି ଭୟାନକ ହେବ ବୋଲି ସଂଘ ରାଜ୍ୟ ସରକାରଙ୍କୁ ସତର୍କବାଣୀ ଶୁଣାଇଛନ୍ତି ।

ଅନୁରୂପ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ୍ ଗୁଡ଼ିକରେ ମଧ୍ୟ ଗ୍ୟାସ୍ ନାମକୁ ମାତ୍ର ଗୋଟିଏ ସାମ୍ପୁଲ୍ ଭାବେ ରଖି କାଠ ଜାଳରେ ରୋଷେଇ କରି କର୍ମର୍କାମାନେ ନିଜ କାମରେ ଗ୍ୟାସ ବ୍ୟବହାର କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande