ରକ୍ତଦାନ ଶିବିର, ୩୨ ୟୁନିଟ ରକ୍ତ ସଂଗ୍ରହ
ଜୟପୁର, ୧୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ରାବଣାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଓଡିଆ ପକ୍ଷ ପାଳନ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଜୟପୁର ବିଡିଓ ଶକ୍ତି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କ
ରକ୍ତଦାନ ଶିବିର, ୩୨ ୟୁନିଟ ରକ୍ତ ସଂଗ୍ରହ


ଜୟପୁର, ୧୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ରାବଣାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଓଡିଆ ପକ୍ଷ ପାଳନ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଜୟପୁର ବିଡିଓ ଶକ୍ତି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶିବିରରେ ୩୨ ୟୁନିଟ ସଂଗ୍ରହ କରାଯାଇଛି ।

ଏଠାରେ ମେଡିକାଲ ଅଫିସ ଡାକ୍ତର ସ୍ୱାସ୍ତିକ ମହଲା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ଧରିତ୍ରି ମୁଦୁଲି, ବିପିଏମ ସନ୍ତୋଷିନି ପଣ୍ଡା ଉପସ୍ଥିତ ଥିଲେ । ମେଡିକାଲ ଅଫିସର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଅନ୍ୟମାନେ ରକ୍ତଦାନ କରିଥିଲେ । କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର କର୍ମଚାରୀମାନେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande