ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ତିନି ଖଣ୍ଡ ଗାଁ ର ମହିଳା
ଜୟପୁର, ୧୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ ପୁଣି ତେଜିଲା ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ନିଜ ଅଞ୍ଚଳରେ ବେଆଇନ ମଦ ବିକ୍ରିକୁ ବିରୋଧ କଲେ ଶହ ଶହ ମହିଳା। ମଦ ବ୍ୟବସାୟୀଙ୍କୁ ନିଜ ଅଞ୍ଚଳରେ ମଦ ବିକ୍ରି କରିବା ପାଇଁ କହିବାରୁ ସେ ବ୍ୟବସାସୀ ଜଣକ, ମହିଳା ମାନଙ୍
ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ତିନି ଖଣ୍ଡ ଗାଁ ର ମହିଳା


ଜୟପୁର, ୧୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ ପୁଣି ତେଜିଲା ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ନିଜ ଅଞ୍ଚଳରେ ବେଆଇନ ମଦ ବିକ୍ରିକୁ ବିରୋଧ କଲେ ଶହ ଶହ ମହିଳା। ମଦ ବ୍ୟବସାୟୀଙ୍କୁ ନିଜ ଅଞ୍ଚଳରେ ମଦ ବିକ୍ରି କରିବା ପାଇଁ କହିବାରୁ ସେ ବ୍ୟବସାସୀ ଜଣକ, ମହିଳା ମାନଙ୍କୁ ବେଖାତିର କରି ମଦ ବିକ୍ରିକୁ ଜାରି ରଖିଛି। ଯାହାଫଳରେ ଏବେ ସମସ୍ତ ମହିଳା ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବୋରିଗୁମ୍ମା ଥାନା ପୂଜାରୀପୁଟ ପଞ୍ଚାୟତରୁ।

ଏହି ପଞ୍ଚାୟତର ଡାଙ୍ଗରିଆଗୁଡା, ନୂଆଗୁଡା ଓ ଖୁଣ୍ଟଗୁଡା ଗାଁ ରେ ବେଆଇନ ମଦ ବିକ୍ରି ଚାଲୁଛି। ଏହି ମଦ ବିକ୍ରିକୁ ବନ୍ଦ କରିବା ପାଇଁ ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘରେ ଘରେ ଦେଶୀ ମଦ ଭାସୁଛି। ଏସବୁ ବ୍ୟବସାୟକୁ ବନ୍ଦ କରିବା ପାଇଁ ମହିଳାମାନେ ଏକତ୍ରିତ ହୋଇଛନ୍ତି। ମଦ ପାଇଁ ପରିବାର ଅର୍ଥନୀତି ଭାଙ୍ଗିପଡୁଛି ଓ ଘରୋଇ ହିଂସା ବୃଦ୍ଧି ପାଉଛି। ମଦ ପିଇ ସ୍ୱାମୀମାନେ ଘରକୁ ଆସି ଅଶାନ୍ତ ପରିବେଶ ସୃଷ୍ଟି କରୁଛନ୍ତି। ଘରେ ଖାଇବାକୁ ନଥିଲେ ମଧ୍ୟ ସେଥିପାଇଁ କୌଣସି ଚିନ୍ତା ନଥାଏ, କିନ୍ତୁ ମଦ ପାଇଁ ଟଙ୍କା ଖର୍ଚ୍ଚ କରି ମତୁଆଲ ଅବସ୍ଥାରେ ଘରେ ଅସନ୍ତୋଷ ଓ ଅଶାନ୍ତି ସୃଷ୍ଟି ହେଉଛି। ମଦ ଦୋକାନୀଙ୍କୁ ନିବେଦନ କଲେ ସେମାନେ ଅଭଦ୍ର ଭାଷାରେ ଗାଳି କରିବା ସହ ଧମକ ଦେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande