ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ରକ୍ତଦାନ ଶିବିର
ଚମ୍ପୁଆ,, 11 ଏପ୍ରିଲ୍ (ହି.ସ.) ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ଜାତୀୟ ସ୍ୱେଛାସେବା ଯୋଜନା ଓ ଯୁବରେଡକ୍ରସର ମିଳିତ ଆନୁକୂଲ୍ୟରେ
ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ରକ୍ତଦାନ ଶିବିର


ଚମ୍ପୁଆ,, 11 ଏପ୍ରିଲ୍ (ହି.ସ.) ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ଜାତୀୟ ସ୍ୱେଛାସେବା ଯୋଜନା ଓ ଯୁବରେଡକ୍ରସର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜାତୀୟ ସେବା ଯୋଜନାର କେନ୍ଦୁଝର ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ସୁନିଲ କୁମାର ସାହୁ ପ୍ରଥମେ ଯୋଗଦାନ କରି ରକ୍ତଦାନ କରିଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଦୀପ୍ତିରଞ୍ଜନ ଖଟୁଆ, ରଞ୍ଜନ କୁମାର ଜେରେଇ, ଗୁପ୍ତେଶ୍ୱର ମାଝୀ, ବିଜୟ ଭୁଏ, ଫକିର ମୋହନ ମାଝୀ ପ୍ରମୁଖ ରକ୍ତଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ତଥା ଯୁବରେଡକ୍ରସ କାର୍ଯ୍ୟକାରିଣୀ ଅଧିକାରୀ ରୀତା ଚାତାର, ସୁବ୍ରତ ବାଗ ଆଦି ପରିଚାଳନା କରିଥିଲେ । ଏଥିରେ ପ୍ରାୟ ୩୦ ୟୁନିଟ ରକ୍ତ ନମୁନା ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ବ୍ଲଡବ୍ୟାଙ୍କ ଅଧିକାରୀ ସ୍ମୃତିରଞ୍ଜନ ମଲ୍ଲିକ, ନର୍ସିଂ ଅଫିସର ତ୍ରିବେଣୀ ନାଏକ, ରକ୍ତିମା ପ୍ରଧାନ, କର୍ମଚାରୀ ଅନାଥ ମୁଖି, ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande