ଆସନ୍ତା ୧୫ରୁ ଦକ୍ଷିଣ କାଳୀ ପୀଠରେ ୧୫ତମ ବାର୍ଷିକ ପ୍ରବଚନ
ଭୁବନ, ୧୧ ଅପ୍ରେଲ (ହି.ସ.)- ଭୁବନର ପ୍ରସିଦ୍ଧ ଶକ୍ତିପୀଠ ବୁଦ୍ଧେଶ୍ୱର ରାସ୍ତାରେ ଅବସ୍ଥିତ ଶ୍ରୀ ଶ୍ରୀ ଦକ୍ଷିଣ କାଳୀ ପୀଠରେ ଆସନ୍ତା ୧୫ ତାରିଖ ବୁଧବାର ଠାରୁ ୨୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ୧୫ତମ ବାର୍ଷିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମାଳିକା ସମୀକ୍ଷକ ପ୍ରବଚକ ବିରେନ୍ଦ୍ର ପଣ
ଦକ୍ଷିଣ କାଳୀ ପୀଠରେ ୧୫ତମ ବାର୍ଷିକ ପ୍ରବଚନ


ଭୁବନ, ୧୧ ଅପ୍ରେଲ (ହି.ସ.)- ଭୁବନର ପ୍ରସିଦ୍ଧ ଶକ୍ତିପୀଠ ବୁଦ୍ଧେଶ୍ୱର ରାସ୍ତାରେ ଅବସ୍ଥିତ ଶ୍ରୀ ଶ୍ରୀ ଦକ୍ଷିଣ କାଳୀ ପୀଠରେ ଆସନ୍ତା ୧୫ ତାରିଖ ବୁଧବାର ଠାରୁ ୨୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ୧୫ତମ ବାର୍ଷିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମାଳିକା ସମୀକ୍ଷକ ପ୍ରବଚକ ବିରେନ୍ଦ୍ର ପଣ୍ଡା, ମାଳିକା ବିଚାରକ ପ୍ରବଚକ ମାନସ ଦାଶ, ପ୍ରବଚକ ଦିବାକର ଦାସ, ଭାଗବତ ବିଚାରକ ନୃସିଂହ ଚରଣ ଦାସ ଏବଂ ତପସ୍ୱିନୀ ପାଢ଼ୀ ଯୋଗଦେଇ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରବଚନ ଶ୍ରବଣ କରିବା ସହ ମା ଦକ୍ଷିଣ କାଳୀଙ୍କ ଆଶିଷ ଲାଭ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande