ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଏକଦିବସୀୟ ଆଲୋଚନାଚକ୍ର
ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.)- ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଓଡ଼ିଶାର ବନ୍ଦନୀୟ ବରପୁତ୍ରଙ୍କ ଜୀବନୀ ଓ ସୃଷ୍ଟିସମ୍ଭାର ସଂପର୍କରେ ଏକ ଆଲୋଚନାଚକ୍ର ଏବଂ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ସଭାପତିତ୍ବ
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଏକଦିବସୀୟ ଆଲୋଚନାଚକ୍ର  ଓଡ଼ିଶାର ବରପୁତ୍ରମାନଙ୍କ ଲହୁ ଓ ଲୁହରେ ଗଢ଼ା ଏ ଜାତିର ଇତିହାସ ,ସ୍ଵାଭିମାନ ଓ ଅସ୍ମିତା


ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଏକଦିବସୀୟ ଆଲୋଚନାଚକ୍ର  ଓଡ଼ିଶାର ବରପୁତ୍ରମାନଙ୍କ ଲହୁ ଓ ଲୁହରେ ଗଢ଼ା ଏ ଜାତିର ଇତିହାସ ,ସ୍ଵାଭିମାନ ଓ ଅସ୍ମିତା


ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଏକଦିବସୀୟ ଆଲୋଚନାଚକ୍ର  ଓଡ଼ିଶାର ବରପୁତ୍ରମାନଙ୍କ ଲହୁ ଓ ଲୁହରେ ଗଢ଼ା ଏ ଜାତିର ଇତିହାସ ,ସ୍ଵାଭିମାନ ଓ ଅସ୍ମିତା


ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.)- ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଓଡ଼ିଶାର ବନ୍ଦନୀୟ ବରପୁତ୍ରଙ୍କ ଜୀବନୀ ଓ ସୃଷ୍ଟିସମ୍ଭାର ସଂପର୍କରେ ଏକ ଆଲୋଚନାଚକ୍ର ଏବଂ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ସଭାପତିତ୍ବ କରିବା ସହିତ ଓଡ଼ିଆ ଜାତିର ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ ବିଶିଷ୍ଟ କବି ଡକ୍ଟର ପ୍ରହଲ୍ଲାଦ ଶତପଥୀ ଯୋଗଦେଇ ଓଡ଼ିଆ ପକ୍ଷ ପାଳନ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି କହିଥିଲେ। ଓଡ଼ିଶାର ବରପୁତ୍ରମାନଙ୍କ ଜୀବନ ସଂଗ୍ରାମ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ତାଙ୍କର ନିଜସ୍ୱ ସୃଜନ ଯାତ୍ରା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଲେଖକ ତଥା ସାରସ୍ବତ ସଂଗଠକ ରାଜେଶ ଝାଙ୍କର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାଂପ୍ରତିକ ପରିପ୍ରେକ୍ଷୀରେ ଓଡ଼ିଆ ଜାତିର ବରପୁତ୍ରମାନଙ୍କ ବିଚାରର ପ୍ରାସଙ୍ଗିକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ମଞ୍ଚ ପରିଚାଳନା କରିବା ସହିତ ଓଡ଼ିଆ ପକ୍ଷ ପାଳନର ମହତ୍ୱ, ଅଭିଲକ୍ଷ୍ୟ ଏବଂ ଓଡ଼ିଆ ଜାତିର ଯୁଗଜନ୍ମ, ବରପୁତ୍ରମାନଙ୍କ ତ୍ୟାଗପୂତ ଜୀବନ ସଂପର୍କରେ ଆଲୋଚନା କରିଥିଲେ। ଯଥାକ୍ରମେ ଅଧ୍ୟାପକ ହୃଷୀକେଶ ଦାସ ଓଡ଼ିଆ ଜାତୀୟତା ଓ ଉତ୍କଳ ଗୌରବ ମଧୁସୂଦନ ଦାସ, ଅଧ୍ୟାପକ ଡକ୍ଟର ଅଶୋକ ମହାରଣା ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଅଧ୍ୟାପିକା ରମଣୀ ନାଏକ ଜାତୀୟତାବାଦୀ ଓଡ଼ିଆ କବିତା ସଂପର୍କରେ ଗଭୀର ଆଲୋଚନା କରିଥିଲେ। ପରିଶେଷରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ନିମନ୍ତ୍ରିତ ଅତିଥି, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ସ୍ବରଚିତ ଏବଂ ଯୁଗଜନ୍ମା କବିଙ୍କ ଦ୍ଵାରା ରଚିତ କବିତା ପାଠ କରିଥିଲେ।

ପରିଶେଷରେ ଅଧ୍ୟାପକ ସୁମନ୍ତ ରଣା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande