
ଭୁବନେଶ୍ୱର, ୧୧ ଏପ୍ରିଲ (ହି.ସ)-' ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ନେଇ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକିୟା ରଖିଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାର ସମୟରେ ନବୀନ ପଟ୍ଟନାୟକଙ୍କ ଏହା ବଡ଼ ଭୁଲ ଥିଲା। ନବୀନ ପଟ୍ଟନାୟକ ବିନା କାରଣରେ ଟ୍ରିବ୍ୟୁନାଲ ଯାଇଥିଲେ। ସେହି ସମୟରେ ଏହାର ସମାଧାନ ପାଇଁ ଅନେକ ବାଟ ଥିଲା । କିନ୍ତୁ ଜାଣିଶୁଣି ନବୀନ ଟ୍ରିବ୍ୟୁନାଲ ଯାଇଥିଲେ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା