
ଭୁବନେଶ୍ୱର, ୧୧ ଏପ୍ରିଲ (ହି.ସ)- ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ନେଇ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଟ୍ରିବ୍ୟୁନାଲର ଅବଧି ଆସନ୍ତା ଜାନୁୟାରୀ ଯାଏଁ ବୃଦ୍ଧି କରାଯାଇଛି, ଯାହା ସ୍ୱାଗତ ଯୋଗ୍ୟ। ଜଳବିବାଦ ନେଇ ପୂର୍ବରୁ ଆଇନଗତ ଦିଗକୁ କରାଯାଉଥିଲା। ବର୍ତମାନ ଟ୍ରିବ୍ୟୁନାଲ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରୁଛନ୍ତି। ସେଥିପାଇଁ ଆଉ କିଛି ସମୟ ଆବଶ୍ୟକତା ଥିଲା ତାହା ମଧ୍ୟ ମିଳିଛି। ପୂର୍ଣ୍ଣ ବିଶ୍ୱାସ ଅଛି ଯେଉଁ ସମସ୍ୟା ଥିଲା ତାର ସମାଧାନ ହୋଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା