
ନୂଆପଡ଼ା,୧୧ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମର କଲେଜ ପଡ଼ିଆ ଠାରେ ଅନୁଷ୍ଠିତ ଋଷିପୀଠ ଯୋଗୀମଠ ମହୋତ୍ସବ ଆଜି ଦ୍ୱିତୀୟ ଦିନରେ ପହଂଚିଛି। ଋଷିପୀଠ ଯୋଗୀମଠ ମହୋତ୍ସବ ପାଳନ କମିଟିର ଉପ ସଭାପତି ବୁଦାଙ୍ଗ ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଭାବରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ରାଜା ସାହେବ ଦେବ ଦେବ ପ୍ରସାଦ ସିଂହଦେଓ, ସମ୍ମାନୀତ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଡବା, ସରପଂଚ ଦୀପିକା ବେହେରା, କୁନୁ ଚରଣ ବେହେରା ଓ ସଦା ଚରଣ ତାଣ୍ଡି ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ନୂଆପଡ଼ା ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ ସଭାପତି ଅର୍ଜୁନ ଛତ୍ରିଆ ମଂଚାସିନ ଥିଲେ। କଳା ସାହିତ୍ୟ ସଂଯୋଜକ ବିଭୂତି ଭୂଷଣ ଦାଶ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ମହୋତ୍ସବ ପାଳନ କମିଟି ଉପ ସଭାପତି ବେଣୁପାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କମିଟିର ଗଙ୍ଗାଧର ମହାଉତୀ, ଗୌରୀ ଶଙ୍କର ଦୁବେ, ସଞ୍ଜୀବ କୁମାର ଦାଶ, ସତ୍ୟବାନ ଦାଶ, ରମେଶ ଦାଶ, ସୁଜିତ କୁମାର ଦାଶ, ମନମୋହନ ସିଂହ୍ୱାବୁ, କୁନାଲ ଚରଣ ବେହେରାଙ୍କ ସଂଯୋଜନାରେ ଓଡ଼ିଶୀ, ଆଦିବାସୀ ନୃତ୍ୟ, ସୁନାଦେଇ ଯାତ୍ରା, ଘୁଡ଼କା, ଫୋକ ଜେନ, କମେଡି, ଘୁମୁରା, ପଂଚରସୀ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତମାମ ଦର୍ଶକ ବିଭୋର ଯୋଇ ଉଠିଥିଲେ। ଏହି କାର୍ଯ୍ୟକ୍ରମ ସଭାପତି ରାଜ କୁମାର ଖେମକା, ସମ୍ପାଦକ ମାଲ୍ୟବନ୍ତ ସୁନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଅଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ