
ଭୁବନେଶ୍ୱର, ୧୧ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡାରେ ସର୍ବାଧିକ ୨୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଜଗତସିଂହପୁର ଜିଲ୍ଲାର ତିର୍ତୋଲରେ ୧୫.୦ ମି.ମି., ପାରାଦୀପରେ ୧୦.୬ ମି.ମି., କଟକ ଜିଲ୍ଲାର ସାଲେପୁରରେ ୬.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ୪.୦ ମି.ମି. ଏବଂ କେନ୍ଦ୍ରାପଡ଼ାରେ ୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ