ଭଦ୍ରକ: ପରିଚାଳନ କମିଟି ନେଇପାରିଲା ନାହିଁ ଦାୟିତ୍ୱ, ଶିକ୍ଷା ଅନୁଷ୍ଠାନରେ ପଡ଼ିଲା ତାଲା
ଭଦ୍ରକ, ୧୧ ଅପ୍ରେଲ (ହି.ସ.) - ଭଦ୍ରକ ଲାଙ୍ଗୁଡି ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର ଶିକ୍ଷା ଅନୁଷ୍ଠାନ ବନ୍ଦ ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଜି ସମସ୍ତ ସାମଗ୍ରୀ ଉଦ୍ଧାର କରି ବିଭିନ୍ନ ଆଶ୍ରମକୁ ସ୍ତାନାତାରିତ କରିଛି। ପରିଚାଳନ କମିଟି କିଛି ସମସ୍ୟାକୁ ନେଇ ଦାୟିତ୍ୱରୁ ଓହରି ପ୍ରଶାସନକୁ
PARICHALANA COMMITTEE DAITYA NEIPARILA NAHIN


ଭଦ୍ରକ, ୧୧ ଅପ୍ରେଲ (ହି.ସ.) - ଭଦ୍ରକ ଲାଙ୍ଗୁଡି ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର ଶିକ୍ଷା ଅନୁଷ୍ଠାନ ବନ୍ଦ ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଜି ସମସ୍ତ ସାମଗ୍ରୀ ଉଦ୍ଧାର କରି ବିଭିନ୍ନ ଆଶ୍ରମକୁ ସ୍ତାନାତାରିତ କରିଛି। ପରିଚାଳନ କମିଟି କିଛି ସମସ୍ୟାକୁ ନେଇ ଦାୟିତ୍ୱରୁ ଓହରି ପ୍ରଶାସନକୁ ଦେଇ ଦେଲେ ସମସ୍ତ ଦାୟିତ୍ୱ । ଅନ୍ତେବାସୀ ଯିବାପରେ ଦୀର୍ଘ ଏକ ବର୍ଷ ପରେ ଆଜି ଆଶ୍ରମରେ ଥିବା କ୍ଲାସ ରୁମ୍ ଓ ଅଫିସ ରୋଷେଇ ଶାଳର ସମସ୍ତ ସାମଗ୍ରୀ ଶିଶୁ ସୁରକ୍ଷା ବିଭାଗ ଉଦ୍ଧାର କରି ନିଜ ଆୟତକୁ ନେଇ କାଗଜପତ୍ର ନିଜ ଅକ୍ତ୍ୟାରକୁ ନେଇଛି। ଏହି ସଂସ୍ଥାର ଉତରାଧିକାରୀ ଭାବେ ଥିବା ପରିବାର ଲୋକେ ଆଶ୍ରମକୁ ନିଜ ଅକ୍ତିଆରକୁ ନେଇ ତାଲା ପକାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande