ବିଜୁ ଙ୍କୁ ସମ୍ମାନ ଦେବା ପାଇଁ ଏକ ହେଉଛନ୍ତି ବିଜୁ ପ୍ରେମୀ - ପ୍ରଫୁଲ୍ଲ ଘଡ଼େଇ
ଭୁବନେଶ୍ୱର, ୧୧ ଏପ୍ରିଲ (ହି.ସ)- ବିଜୁ ପ୍ରେମୀ ମାନେ ଏକାଠି ହେଉଛନ୍ତି ତାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିବ । କିନ୍ତୁ ମୁଁ ଏତିକି କହିବି ବିଜୁ ବାବୁଙ୍କୁ ସମ୍ମାନ ଦେବା ପାଇଁ ସେମାନେ ଏକାଠି ହେଉଛନ୍ତି । ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଏହା କହିଛନ୍ତି। ସେ କହିଛନ୍ତି ଯେଉଁମାନେ ବିଜେଡି
prafulla Ghadei


ଭୁବନେଶ୍ୱର, ୧୧ ଏପ୍ରିଲ (ହି.ସ)- ବିଜୁ ପ୍ରେମୀ ମାନେ ଏକାଠି ହେଉଛନ୍ତି ତାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିବ । କିନ୍ତୁ ମୁଁ ଏତିକି କହିବି ବିଜୁ ବାବୁଙ୍କୁ ସମ୍ମାନ ଦେବା ପାଇଁ ସେମାନେ ଏକାଠି ହେଉଛନ୍ତି । ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଏହା କହିଛନ୍ତି।

ସେ କହିଛନ୍ତି ଯେଉଁମାନେ ବିଜେଡିକୁ ଗଢି ଥିଲେ ଭଲ ପାଉଥିଲେ ବା ଆନ୍ତରିକତା ଥିଲା ସେହି ମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ବିଜୁ ବାବୁଙ୍କ ଅତି ଘନିଷ୍ଠ ତଥା ଅନ୍ତରଙ୍ଗ ବ୍ୟକ୍ତି ଦିଲ୍ଲୀପ ରାୟଙ୍କ ଆହ୍ୱାନରେ ସମସ୍ତ ବିଜୁ ପ୍ରେମୀ ଙ୍କୁ ଡ଼କାଯାଉଛି । ଦିଲ୍ଲୀପ ରାୟ ସମସ୍ତ ବିଜୁ ପ୍ରେମୀ ମାନଙ୍କୁ ଏକାଠି କରୁଛନ୍ତି । ମୋତେ ମଧ୍ୟ ସେମାନେ ନିମନ୍ତ୍ରଣ କରିଛନ୍ତି। କିନ୍ତୁ ସେଦିନ କଳିଙ୍ଗ ଫାଉଣ୍ଡେସନର କାର୍ଯ୍ୟକ୍ରମ ଦିନ ତମାମ ରହିଛି ତେଣୁ ମୁଁ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବିନାହିଁ । ବର୍ତମାନ ମୁଁ ସକ୍ରିୟ ରାଜନୀତିରେ ନାହିଁ କିନ୍ତୁ ବିଜେଡି ସମର୍ଥକ ଭାବେ ରହିଛି। ବିଜୁ ଲିଗାସୀ ସାମୁଖ୍ୟ ସଫଳ ହେବ କି ନାହିଁ ସମୟ କହିବ। ସେମାନଙ୍କ ରଣନୀତି ବା ରାଜନୈତିକ ଷ୍ଟ୍ରାଟେଜି କହିବ ସେମାନେ କେତେ ସଫଳ ହେବେ। ସମସ୍ତେ ରାଜନୀତିରେ ପ୍ରତିଷ୍ଠା ଚାହାନ୍ତି, ଥଇଥାନ ହେବାକୁ ଚାହାନ୍ତି। ଯେଉଁମାନେ ସବୁ କୌଣସି ଦଳର ଫୋରମରେ କରି ପାରି ନାହାନ୍ତି ତେଣୁ ନିଜର ଫୋରମ କରି ନିଜର ପ୍ରତିଭା ପ୍ରକାଶ କରିବେ। ସେଥିରେ ଅସୁବିଧା କଣ ଅଛି । ବିଜେଡି ଗୋଟେ ବଡ଼ ଚ୍ୟାଲେଞ୍ଜ କୁ ସାମ୍ନା କରିବାକୁ ଯାଉଛି କି ପ୍ରଶ୍ନ ରେ ପ୍ରଫୁଲ୍ଲ କହିଛନ୍ତି ବିଭିନ୍ନ ସମୟ ରେ ବିଭିନ୍ନ ଚ୍ୟାଲେଞ୍ଜ ରୁହେ । ଚ୍ୟାଲେଞ୍ଜ ରହିବା ଉଚିତ । ଚ୍ୟାଲେଞ୍ଜ ରହିଲେ ଯାଇ ଦଳ ଚେଷ୍ଟା କରି ସେହି ଚ୍ୟାଲେଞ୍ଜ କୁ ଅତିକ୍ରମ କରିବା ପାଇଁ । ତେଣୁ ଚ୍ୟାଲେଞ୍ଜ ରହିବା ଦରକାର ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande