'ପ୍ରତିଷ୍ଠା' ପକ୍ଷରୁ ରକ୍ତଦାନ ଶିବିର, ୩୦ ୟୁନିଟ୍ ସଂଗ୍ରହ
'ପ୍ରତିଷ୍ଠା' ପକ୍ଷରୁ ରକ୍ତଦାନ ଶିବିର, ୩୦ ୟୁନିଟ୍ ସଂଗ୍ରହ
'ପ୍ରତିଷ୍ଠା' ପକ୍ଷରୁ  ରକ୍ତଦାନ ଶିବିର, ୩୦ ୟୁନିଟ୍ ସଂଗ୍ରହ


'ପ୍ରତିଷ୍ଠା' ପକ୍ଷରୁ  ରକ୍ତଦାନ ଶିବିର, ୩୦ ୟୁନିଟ୍ ସଂଗ୍ରହ


ସମ୍ବଲପୁର, ୧୧, ଏପ୍ରିଲ୍ (ହି.ସ.) ଗ୍ରୀଷ୍ମ ପ୍ରବାହ ଓ ରକ୍ତ ଅଭାବ କୁ ନଜରରରେ ରଖି ଜନକଲ୍ୟାଣ ଅନୁଷ୍ଠାନ ପ୍ରତିଷ୍ଠା ପରିବାର ତରଫରୁ ବୁର୍ଲା ଭୀମସାର ସ୍ଥିତ ରକ୍ତ ଭଣ୍ଡାରରେ ଗତକାଲି ଅନୁଷ୍ଠିତ ଏକ ଶିବିର ବିଭିନ୍ନ ବର୍ଗର ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ପ୍ରତିଷ୍ଠାର ବରିଷ୍ଠ ଉପଦେଷ୍ଟା ତଥା ଭୀମସାରର ପ୍ରାକ୍ତନ ଅଧ୍ୟକ୍ଷ ପ୍ର. ବ୍ରଜ ମୋହନ ମିଶ୍ର ମୁଖ୍ୟ ଅତିଥି, ରକ୍ତ ଭଣ୍ଡାରର ମୁଖ୍ୟ ଡା. ଚିତ୍ତ ରଞ୍ଜନ ପଣ୍ଡା ଓ ଲୋକ ସମ୍ପର୍କ ଅଧିକାରୀ ଡା. ଦେବାଶିଷ ମିଶ୍ର ସମ୍ମାନିତ ଅତିଥି ଭାବରେ ଶିବିରକୁ ଉଦଘାଟନ କରିଥିଲେ। ସଭାପତି ପ୍ରସନ୍ନ ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଅତିଥି ମାନଙ୍କୁ ସମ୍ମାନିତ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ତରଣୀ ସେନ ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାର ସକ୍ରିୟ ସଦସ୍ୟ ଜୟନ୍ତ କୁମାର ସାହୁ, ଗୋବର୍ଦ୍ଦନ ଗୌଡ଼, ଶ୍ୟାମ ଗୌଡ଼, ସନାତନ ବାରିକ, ଇଂ ଦୀପକ କୁମାର ରାଉତ, ସଞ୍ଜୀବ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଜେଶ ପଟ୍ଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଉ ଏକ ରକ୍ତଦାନ ଶିବିର ଓ ଗ୍ରାମାଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ ବୋଲି ପ୍ରତିଷ୍ଠା ସୂତ୍ରରୁ ପ୍ରକାଶ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande