ରାବଣାଗୁଡା ସ୍ଵାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରା କାୟାକଳ୍ପ ମାନପତ୍ର ପ୍ରଦାନ
ଜୟପୁର, ୧୧ ଏପ୍ରିଲ୍ (ହି.ସ.)-ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟପୁର ବ୍ଲକ ରାବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ଆୱାର୍ଡରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଜରିଆରେ ସମ୍ମାନିତ କରାଯାଇଛି। କୋରାପୁଟ ସ୍ଥିତ ସଦ୍ଭାବନା ଗୃହରେ ଏହି ମାନପତ୍ର ପ୍ରଦାନ କର
ରାବଣାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ କ୍ଷେତ୍ର ରେ ଉଲ୍ଲେଖନିୟ ଅବଦାନ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରା କାୟକଳ୍ପ ମାନପତ୍ର ପ୍ରଦାନ


ଜୟପୁର, ୧୧ ଏପ୍ରିଲ୍ (ହି.ସ.)-ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟପୁର ବ୍ଲକ ରାବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ଆୱାର୍ଡରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଜରିଆରେ ସମ୍ମାନିତ କରାଯାଇଛି। କୋରାପୁଟ ସ୍ଥିତ ସଦ୍ଭାବନା ଗୃହରେ ଏହି ମାନପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି, ଗତ ୧୪ ଜାନୁଆରୀ ୨୦୨୬ ରେ ସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ ଉଚ୍ଚ ସ୍ତରୀୟ ଟିମ୍ କାୟାକଳ୍ପ ପହଞ୍ଚି ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ଆନୁସଙ୍ଗିକ ବ୍ୟବସ୍ଥା, ରୋଗୀଙ୍କୁ ମିଳୁଥିବା ସେବା ଓ ପାରିବେଶିକ ସ୍ୱଚ୍ଛତାକୁ ଏହି ଟିମ୍ ପରଖିଥିଲେ। ନିରାମୟ ଯୋଜନା, ନିଦାନ, ଅଣ ସଂକ୍ରମିତ ରୋଗ, ଯକ୍ଷ୍ମା, ସ୍ତ୍ରୀ ଓ ପ୍ରସୂତି ବିଭାଗ, ବର୍ଯ୍ୟବସ୍ତୁ ପରିଚାଳନା ଭଳି ଅନେକ ଗୁଡ଼ିଏ ବିଭାଗ ବୁଲି ସ୍ୱାସ୍ଥ୍ୟ ସେବାର ସ୍ଥିତି ପରଖିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସ୍ୱାସ୍ତିକ ମହଲା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ଧରିତ୍ରି ମୁଦୁଲି, ବିପିଏମ ସନ୍ତୋଷିନି ପଣ୍ଡା ଉପସ୍ଥିତ ରହି ଏହି ମାନପତ୍ର ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ। ଏହାର ଶ୍ରେୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଦିଆଯାଇଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande