ରେଷ୍ଟୁରାଣ୍ଟ ଉପରେ ଚଢ଼ଉ : ୪ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ
ନୂଆପଡ଼ା, ୧୧ ଏପ୍ରିଲ (ହିସ)- ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଯୋଗାଣ ବିଭାଗର ଇନଫୋର୍ସମେଣ୍ଟ ସ୍କୱାଡ୍ ଦ୍ୱାରା ଆଜି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଏହି ରେଷ୍ଟୁରାଣ୍
Restaurant upare chadhau


ନୂଆପଡ଼ା, ୧୧ ଏପ୍ରିଲ (ହିସ)- ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଯୋଗାଣ ବିଭାଗର ଇନଫୋର୍ସମେଣ୍ଟ ସ୍କୱାଡ୍ ଦ୍ୱାରା ଆଜି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଏହି ରେଷ୍ଟୁରାଣ୍ଟ ଠାରୁ ମୋଟ୍ ୪ ଗୋଟି ଘରୋଇ ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ନୂଆପଡ଼ା ଏସିଏସଓ (ମୁଖ୍ୟାଳୟ) ପୂର୍ଣ୍ଣାଶା ଭୋଇ, ସଦର ଏସିଏସଓ ହୃଷିକେଶ ନାଏକ ଏବଂ ନୂଆପଡ଼ା ବ୍ଲକ୍ ଯୋଗାଣ ନିରୀକ୍ଷକ ସୁଭଶ୍ରୀ ଦାସ ଏହି ସ୍କ୍ୱାର୍ଡରେ ସାମିଲ ରହି ଯାଞ୍ଚ କାର୍ଯ୍ୟ କରିଥିଲେ।

ଯାଞ୍ଚ ସମୟରେ ରେଷ୍ଟୁରାଣ୍ଟ ମାଲିକଙ୍କ ଦ୍ୱାରା ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ କାମରେ ବ୍ୟବହାର କରାଯାଉଥିବା ସ୍ପଷ୍ଟ ପ୍ରମାଣ ମିଳିଥିଲା। ନିୟମ ଉଲ୍ଲଂଘନ ହେବାରୁ ସେଗୁଡ଼ିକୁ ଜବତ କରାଯାଇଛି ଏବଂ ମାମଲାର ତଦନ୍ତ ଚାଲିଛି। ପ୍ରଶାସନ ପକ୍ଷରୁ ଏପରି ଅବୈଧ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଆଗାମୀ ଦିନରେ ଅଧିକ ଚଢ଼ଉ ଜାରି ରହିବ ବୋଲି କୁହାଯାଇଛି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ନିୟମ ଅନୁସାରେ କେବଳ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande